ଗରୀବର ବନ୍ଧୁ ଶିକ୍ଷୟତ୍ରୀ ରଶ୍ମିତାଙ୍କ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ ।

ହିଞ୍ଜିଳିକାଟୁ,୦୪/୦୨(ପିପିଟି):ମାନବ ସେବା ମାଧବ ସେବା ଏବଂ ମାନବ ସମାଜକୁ ଭଲପାଇ ଅନ୍ୟର ଦୁଃଖ ଦୂର କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି ଶିକ୍ଷୟତ୍ରୀ ରଶ୍ମିତା ରାଉଳ । ଗରିବଙ୍କ ସେବା କରିବାରେ ଶ୍ରେୟ ଭାବି ବୈବାହିକ ଜୀବନର କଷ୍ଟକୁ ପଛରେ ପକାଇ ସମାଜସେବାରେ ନିଜକୁ ସେ ନିୟୋଜିତ କରିଛନ୍ତି । ପ୍ରଥମେ ଧରାକୋଟ ଅନାଥ ଆଶ୍ରମରେ ଆରମ୍ଭ କରିଥିଲେ ମାନବସେବା । ପରେ ପରେ ଆପଣାଇଲେ ଗରିବଙ୍କ ସେବା । ଗରିବଙ୍କ ସେବା କରିବା ନେଇ ନିଜର ଖର୍ଚ୍ଚକୁ କମାଇଥିଲେ ସେ । ସରକାରୀ ଛୁଟି ଦିନରେ ଦେଖିବାକୁ ମିଳେ ଅନାଥ ଆଶ୍ରମରେ ତ କେତେବେଳେ ମିଳେ ଗରିବଙ୍କ ପାଖରେ । ଶିକ୍ଷକତା କରି ମିଳିବା ଅର୍ଥରୁ ଗରୀବ ପାଇଁ କରନ୍ତି ଖର୍ଚ୍ଚ ।ନିଜର ଚଳିବା ପାଇଁ ଯେତିକି ଅର୍ଥ ଦରକାର ସେତିକି ହିଁ ରଖିବା ଏବଂ ବଳକା ଅର୍ଥକୁ ଗରିବଙ୍କ ସେବା ଯୋଗାଇବା । ସେପରି ଏକ ମହିଳାଙ୍କୁ ଦେଖିବା ପାଇଁ ମିଳିଛି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବୁରୁପଡା ପଞ୍ଚାୟତର ହରିଜନ ବସ୍ଥିରେ । ସେ ଆଉ କେହି ନୁହଁନ୍ତି ହିଞ୍ଜିଳି ମାଟିର ନାତୁଣୀ ରଶ୍ମିତା ରାଉଳ ।ପିଲାଟି ଦିନରୁ ଅଜା ଓ ଆଇଙ୍କ ପାଖରେ ରହି ବୁରୁପଡ଼ା ସ୍ଥିତ ଭଗବତୀ ବିଦ୍ୟାପିଠ ହାଇସ୍କୁଲରେ ପାଠପଢି ବଡ ହୋଇ ଶିକ୍ଷୟିତ୍ରୀ ପରେପରେ ବୈବାହିକ ଜୀବନର ଦୁଃଖ କଷ୍ଟକୁ ସମ୍ଭାଳି ମାନବସେବାକୁ ଆପଣାର କରି ଆତ୍ମସନ୍ତୋଷ ପାଇଛନ୍ତି ସେ । ବିଦ୍ୟାଳୟର ଶନିବାର ଛୁଟି ସମୟ ପରେ ପହଞ୍ଚି ନିଜ ଅଜା,ଆଇ ଗାଁ ପାଠପଢା ଖେଳବୁଲ କରି ଶିକ୍ଷିତ ହୋଇଥିବା ମାଟିକୁ ଆସିଥିଲେ ଗରିବଙ୍କ ପାଇଁ ଶୀତବସ୍ତ୍ର ,ପାଣି ବୋତଲ ସହ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ନିଜକୁ ଖୁସି ଅନୁଭବ କଲେ ଶିକ୍ଷୟିତ୍ରୀ ରଶ୍ମିତା ।

Comments (0)
Add Comment