ଗଭର୍ଣ୍ଣର ପଡ଼ା ରେ ପିଇବା ପାଣିର ସମସ୍ୟା ।

ବିଷମକଟକ,୧୪/୧୨(ପିପିଟି); ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତସ୍ଥିତ ଗଭର୍ଣ୍ଣରପଡ଼ା ଠାରେ ଗତ ସପ୍ତାହରୁ ଅଧିକ ଦିନ ଧରି ପିଇବା ପାଣି ଘୋର ଅସୁବିଧା ଦେଖା ଦେଇଛି।ଗ୍ରାମର ଅଧିବାସୀମାନେ ବାଧ୍ୟ ହୋଇ ଝରଣାରେ ବୋହି ଯାଉଥିବା ପାଣିକୁ ରୋଷେଇ କରିବା ସହ ପିଉଛନ୍ତି,ଯାହାଦ୍ୱାରା ବିଭିନ୍ନ ପ୍ରକାର ରୋଗର ସ୍ୱୀକାର ହେଉଥିବା ଜଣାପଡିଛି। ଏହି ପିଇବା ପାଣିର ଅସୁବିଧା ସମ୍ପର୍କରେ ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିଲେ ମଧ୍ୟ କୌଣସି ଅଧିକାରୀ ଆମ କଥା ଶୁଣୁନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକମାନେ। ଆଗାମୀ ଦିନରେ ଗଭର୍ଣ୍ଣରପଡ଼ାରେ ଜଳ ଯୋଗାଣ ପ୍ରକ୍ରିୟାକୁ ଖୁବଶୀଘ୍ର ତ୍ୱରାନ୍ୱିତ କରି ପିଇବା ପାଣିର ସମସ୍ୟାକୁ ଦୂର କରାନଯାଏ ତାହାହେଲେ ଜିଲ୍ଲାପାଳଙ୍କୁ ଅଭିଯୋଗକରି ଗ୍ରାମପଂଚାୟତ କାର୍ଯ୍ୟାଳୟ ସମେତ ପଂଚାୟତ ସମିତି କାର୍ଯ୍ୟକ୍ରମ ଘେରାଉ କରିବାକୁ ଗ୍ରାମବାସୀ ଅର୍ଜୁନ ଟାକ୍ରି,ସହଦେଵ ହିଆଲ, ଯୁଧିଷ୍ଟିର ହିଆଲ, ନରସିଂହ ହିଆଲ, ଧନସିଂ କରକରିଆ ପ୍ରମୁଖ ମାନେ କହିଛନ୍ତି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment