ଗଣେଶ ମୂର୍ତ୍ତିକୁ ନେଇ ବିବାଦର ସମାଧାନ ।

ମାଲକାନଗିରି,୦୨/୦୯(ପିପିଟି): ମାଲକାନଗିରି ସଦର ମହକୁମାରେ ଗଣେଶ ଚତୁର୍ଥୀ ଉପଲକ୍ଷେ ଉତ୍ସବମୁଖର ହୋଇପଡିଥିଲା ସମଗ୍ର ଅଞ୍ଚଳ । ବିଭିନ୍ନ ପୂଜା ମଣ୍ଡପରେ ବିରାଜିତ ହୋଇଥୁଲେ ପ୍ରଭୁ ଗଜାନନ । ମାଲକାନଗିରି ପୁରୁଣା ହସ୍ପିଟାଲ ଛକ ପୂଜା ମଣ୍ଡପରେ ପୂଜା ପାଉଥିବା ତିନୋଟି ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି। ଏଠାରେ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ମଣ୍ଡପରେ ତିନୋଟି ଭିନ୍ନ ଭିନ୍ନ ଧର୍ମୀୟ ସଂକେତ ଦର୍ଶାଉଥିବା ମୂର୍ତ୍ତି ହାତରେ ରହିଥିଲା ସେମାନଙ୍କ ଧର୍ମଗ୍ରନ୍ଥ । ଗୋଟିଏ ଗଣେଶ ମୂର୍ତ୍ତି ହାତରେ ଥିଲା ଗୀତା ଯାହା ହିନ୍ଦୁ ଧର୍ମକୁ ଦର୍ଶାଉଥିଲା, ଅନ୍ଯ ଏକ ଗଣେଶ ମୂର୍ତ୍ତିଟି ହାତରେ ଥିଲା କୋରାନ, ଯାହାକୁ କି ମୁସଲମାନ ଧର୍ମକୁ ସଙ୍କେତକୁ ସୂଚିତ କରୁଥିଲା ଏବଂ ଆଉ ଗୋଟିଏ ଗଣେଶଙ୍କ ହାତରେଥିଲା ବାଇବେଲ । ଏହି ତିନୋଟି ଗଣେଶ ମୂର୍ତ୍ତି ଦଣ୍ଡାୟମାନ ମୁଦ୍ରାରେ ପୂଜା ପାଉଥିଲା । ତିନି ଗଣେଶ ମୂର୍ତ୍ତି ଉପରେ ସାଇବାବାଙ୍କ ଫଟୋ ଚିତ୍ର କରାଯାଇ ସବ୍ କା ମାଲିକ ଏକ୍ ହୈ ଲେଖା ଯାଇଥିଲା । ମାଲକାନଗିରି ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ସେମାନଙ୍କ ଅଭିଯୋଗ ହେଲା ଯେ ଗଣେଶ ହିନ୍ଦୁମାନଙ୍କର ଦେବତା ,ଏଣୁ ଗଣେଶଙ୍କୁ ଖ୍ରୀଷ୍ଟିୟାନ ଏବଂ ମୁସଲିମ ପୋଷାକ ପିନ୍ଧାଇ ହିନ୍ଦୁ ଧର୍ମକୁ ବିକୃତ କରାନଯାଉ । ଏନେଇ ବିଶ୍ବ ହିନ୍ଦୁ ପରିଷଦ ତରଫରୁ ମାଲକାନଗିରି ଆଦର୍ଶ ଥାନାରେ ବୁଧବାର ରାତିରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା ଉକ୍ତ ପୂଜା କମିଟି ବିରୁଦ୍ଧରେ । କିନ୍ତୁ ଏହି ପୂଜା କମିଟି ଦୀର୍ଘ ୧୫ ବର୍ଷ ହେଲା ଗଣେଶ ପୂଜା ପ୍ରତି ବର୍ଷ ଧୂମଧାମରେ କରି ଆସୁଥିବା ବେଳେ ଏହି ଗଳେଶ ପୂଜା ହିନ୍ଦୁ,ମୁସଲିମ ଏବଂ ଖ୍ରୀଷ୍ଟିୟାନ ସଂପ୍ରଦାୟର ଯୁବକମାନେ ମିଳି ମିଶି କରି ଆସୁଛନ୍ତି । ଚଳିତ ବର୍ଷ ସର୍ବ ଧର୍ମ ସମ୍ମନ୍ବୟର ପ୍ରତୀକ ଭାବରେ ଗଣେଶ ପୂଜାରେ ତିନି ମୂର୍ତ୍ତିକୁ ତିନୋଟି ଧର୍ମର ରୂପ ଦେଇ ଭାଇ ଚାରାର ବର୍ତ୍ତା ଜନ ମାନସରେ ପ୍ରଚାର ପ୍ରସାର ଲାଗି ଉଦ୍ଯମ କରାଯାଇଥିଲା,କିନ୍ତୁ କଟ୍ଟର ହିନ୍ଦୁବାଦୀ ସଂଗଠକୁ ଏହା ହଜମ ହେଲାନି ବୋଲି ପାଲଟା ସେମାନେ ଅଭିଯୋଗ କରିଥିଲେ । ଏନେଇ ମାଲକାନଗିରି ଥାନା ପକ୍ଷରୁ ତଦନ୍ତ ହୋଇ ପୂଜା କମିଟିକୁ ଦୁଇଟି ଅନ୍ୟ ଧର୍ମର ମୂର୍ତ୍ତି ଗୁଡିକୁ ହଟାଇବା ପାଇଁ କୁହାଯିବା ପରେ ଗୁରୁବାର ଦିନ ପୂଜା କମିଟି ପକ୍ଷରୁ ଦୁଇଟି ଗଣେଶ ମୂର୍ତ୍ତି ଉପରେ ଧଳାକପଡ଼ା ଘୋଡାଇ ରଖାଯାଇ ଥିଲା । ତାପରେ ପୂଜାରେ ସାଜସଜ୍ଜା ଓ ପେଣ୍ଡଲ ତୋରଣକୁ ପୂଜା କମିଟି ଖୋଲିଦେଇ ଥିବା ଦେଖିବାକୁ ମିଳିଥିଲା । ତରବରିଆ ଭାବେ ଶୁକ୍ରବାର ସମସ୍ତ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯାଇଥିଲା ।ଫଳରେ ସମସ୍ତ ବିବାଦର ଅବସାନ ଘଟିଥିଲା । ମାଲକାନଗିରି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି ଯେ ଏସବୁ ସମାଧାନ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ଚୁକ୍ତିନାମା କରାଯାଇ ମାମଲା ଟିକୁ ରଦ୍ଦ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment