ଗଣେଶ ଭଷାଣି ବେଳେ ନାବାଳିକାର ମୃତ୍ୟୁ ।

ଭଞ୍ଜନଗର,୦୨/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ହ ଠାରେ ଶୁକ୍ରବାର ଅପରାହ୍ନରେ ଗଣେଶ ମୂର୍ତ୍ତି ଭଷାଣି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି।ଏହି ଗ୍ରାମର ମିଟୁ ସାହୁଙ୍କ ଝିଅ ରୂପାଲି ସାହୁ(୧୦) ନିଜ ଟିଉସନ ସାଙ୍ଗ ମାନଙ୍କ ସହ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଡହ କେନାଲକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ତାର ଗୋଡ଼ ଖସି ପାଣିରେ ବୁଡି ଯାଇଥିଲା।ଖବର ପାଇ ସ୍ଥାନୀୟ ଲୋକମାନେ ବହୁ ଖୋଜାଖୋଜି ପରେ ରୂପାଲିକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ। ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏସମ୍ପର୍କରେ ଭଞ୍ଜନଗର ପୁଲିସ ୩୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment