ଗଣତନ୍ତ୍ର ରେ ସ୍ଵାଧୀନ ମତବ୍ୟକ୍ତ ଅଧିକାର ଶୀର୍ଷକ ଉପରେ ୱେବୀନାର ଆୟୋଜିତ ।

କଟକ,୧୩/୦୬(ପିପିଟି) : ସୋସାଇଟି ଚେଞ୍ଜର୍ସ ପକ୍ଷରୁ “ଗଣତନ୍ତ୍ରରେ ସ୍ବାଧୀନ ମତବ୍ୟକ୍ତ ଅଧିକାର” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଭର୍ଚ୍ୟୁଅଲ ପ୍ଲାଟ ଫର୍ମ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଦୈନିକ “ସମ୍ବାଦ” ର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଗଣତନ୍ତ୍ର ରେ ସ୍ଵାଧୀନ ମତବ୍ୟକ୍ତ କରିବା ପାଇଁ ସଂଗଠନ ହିଁ ଶକ୍ତିଶାଳୀ ଅସ୍ତ୍ର।ଯଦି ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର ମଣିଷ ପାଖରେ ରହିବ ନାହିଁ ତେବେ ଆମ ଗଣତନ୍ତ୍ର ଦୁର୍ବଳ ହେବା ସହ ରାଷ୍ଟ୍ରରେ ଅରାଜକତା ସୃଷ୍ଟି ହେବ। ସନ୍ଥ କବି ଭୀମ ଭୋଇଙ୍କ କବିତାକୁ ଉଦ୍ଧୃତ୍ତ କରି ସେ କହିଥିଲେ ଯଦି ମଣିଷ ନିଜ ସ୍ବାର୍ଥ କୁ ଜଳାଞ୍ଜଳି ଦେଇ ରାଷ୍ଟ୍ର ହିତ କଥା ଚିନ୍ତା କରେ ତେବେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ସାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିଲାବେଳେ ସୁଶ୍ରୀ ପ୍ରତ୍ୟୁଷା ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ଶିବ ପ୍ରସାଦ ଦାସ ସଂଯୋଜନା କରିଥିବା ବେଳେ ଶେଷରେ ସଂଗଠନ ସମ୍ପାଦକ ଅମ୍ଲାନ ବଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶୁଭମ ଚୌଧୁରୀ, ଦେବୀଦତ୍ତା ପଣ୍ଡା, ସଂଗଠନ ସମ୍ପାଦକ ସତ୍ୟ ସୁମନ ରାଉତରାୟ, ସଂଗଠନ ସମ୍ପାଦକ ସୌମ୍ୟ ରଂଜନ ଶତପଥି, ପ୍ରମୁଖ ସହଯୋଗ କରି ଥିଲେ।

Comments (0)
Add Comment