ଗଞ୍ଜେଇ ସହ କାର ଜବତ: ୨ଗିରଫ ।

ଭଞ୍ଜନଗର,୨୨/୧୨(ପିପିଟି); ଗତକାଲି ସନ୍ଧ୍ୟାରେ ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଦୁର୍ଗାପ୍ରସାଦ ଠାରେ ଭଞ୍ଜନଗର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ ହଣ୍ଡା ସିଟି କାରକୁ ଅଟକାଇ ତଲାସୀ ନେବାରୁ ସେଥିରୁ ୨ଟି ବସ୍ତାରେ ୫୪କେଜି ୪୬୦ଗ୍ରାମ ଗଞ୍ଜେଇ ବାହାରିଥିଲା।ଗଞ୍ଜେଇ ସହ ଉକ୍ତ କାରକୁ ପୋଲିସ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ସାମୁଏଲ ଦିଗାଲ ଓ ବାଦଲ ମଲିକକୁ ଗିରଫ କରିଛି। ଏହି ଗଞ୍ଜେଇ ବାଲିଗୁଡା ରୁ ଭୁବନେଶ୍ୱର ଚାଲାଣ ହେଉଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment