ଗଞ୍ଜେଇ ସହ କାର ଓ ବାଇକ ଜବତ : ୩ ଜଣ ଗିରଫ ।

କନ୍ଧମାଳ,୦୭/୦୨(ପିପିଟି);କନ୍ଧମାଳ ଜିଲ୍ଲା ରେ ପୃଥକ ପୃଥକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ୩ ଜଣ ଗଞ୍ଜେଇ ଚାଲଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଓ ଫିରିଙ୍ଗିଆ ଥାନା ରେ ମୋଟ ୪୧ କେଜି ୧୦୦ ଗ୍ରାମ ଗଞ୍ଜେଇ ସହ ଦୁଇଟି କାର ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । ଏଥିରେ ପୋଲିସ ତିନିଜଣଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀ ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗୋଟିଏ କାର ସହ ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ସେହିଭଳି ଭାବରେ ଏଫସିଆଇ ଛକରେ ମଧ୍ୟ ଚଢ଼ାଉ କରି ଗୋଟିଏ କାର ଏବଂ ବାଇକ ଗଞ୍ଜେଇ ଚୋରା ଚାଲାଣ କରିବା ବେଳେ ୨୬ କେଜି ଗଞ୍ଜେଇ ଜବତ୍ କରି ଦୁଇଜଣ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ ଏବଂ ଘଟଣା ସ୍ଥଳରୁ ଡ୍ରାଇଭର୍ ପପୁନ ଦିଗାଲ ଚମ୍ପଟ ମାରିଥିବା ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Comments (0)
Add Comment