ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ୨ଗିରଫ ।

ଭଞ୍ଜନଗର,୧୨/୦୬(ପିପିଟି); ପଡୋଶୀ କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଏସ.ଆଇ ଲିତା ରାଣୀ ପରିଡ଼ା ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ନେଇ ଜାତୀୟ ରାଜପଥ ୧୫୭ ଅନ୍ତର୍ଗତ ଗଣ୍ଡିଶୂଳା ଛକ ନିକଟରେ ଛକି ରହିଥିଲେ।କିଛି ସମୟ ପରେ ଏକ ଖଇରିଆ ରଙ୍ଗର ଟିଭିଏସ ବାଇକ ଓଡ଼ି-୦୨ଏଭି ୬୨୫୪ରେ ୨ଜଣ ଯୁବକ ଆସୁଥିବା ବେଳେ ସେମାନଙ୍କୁ ପୋଲିସ ସନ୍ଦେହରେ ଅଟକାଇ ତଲାସୀ ନେବାରେ ସେମାନଙ୍କ ଠାରୁ ଏକ ଧଳା ରଙ୍ଗର ଜରି ବସ୍ତା ରେ ଗଞ୍ଜେଇ ଥିବା ଜଣାପଡିଥିଲା।ଉକ୍ତ ଗଞ୍ଜେଇ ଓ ମୋଟର ସାଇକେଲକୁ ପୋଲିସ ଜବତ କରି ମାଜିଷ୍ଟ୍ରେଟ ତଥା ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଓଜନ କରିବାରେ ତାହା ୨୦,୬୩୦ଗ୍ରାମ ଥିବା ଜଣାପଡିଛି। ଏହି ଘଟଣାରେ ନୟାଗଡ଼ ଜିଲ୍ଲା ଚାନ୍ଦ ପୁର ଗ୍ରାମର ମନୋଜ ସାହୁ(୩୬) ଓ ଖୋର୍ଦ୍ଧା ଜିଲ୍ଲା ରତ୍ନପୁର ଗ୍ରାମର ମନୋଜ ସେଠୀ(୨୫)କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରା ଯାଇଛି। ଜବତ ଗଞ୍ଜେଇ କୁ ବ୍ୟବସାୟ ଉଦ୍ଦେଶ୍ୟରେ ୨ଜଣ ବ୍ୟବସାୟୀ ବାଲିଗୁଡାରୁ ଭୁବନେଶ୍ୱର ଚାଲାଣ କରୁଥିବା ନେଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment