ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ।

ବାଲିଗୁଡା,୦୧/୦୬ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଭୁବନେଶ୍ଵରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି । ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦକେତା ଗ୍ରାମରୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇ ରାସ୍ତାରେ ଜଗିଥିଲା । ସ୍ବିଫ୍ଟ ଡିଜାୟର କାରନଂ. ଓଡି- ୦୨-ସିଜି- ୭୨୦୨ କୁ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ିରେ ଥିବା ୨୬ କେଜି ୫୦୦ ଗ୍ରାମ ଗଞ୍ଜେଇ ସହିତ ଗାଡିକୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଗଞ୍ଜାମ ତାରାସିଂ ଗ୍ରାମର ଖାଣ୍ଡୁ ପ୍ରଧାନ, କୁଲାଡ଼ର ରଞ୍ଜନ ମହାରଣା ଏବଂ ଅନ୍ୟ ଜଣେ କ.ନୂଆଗାଁ ବ୍ଲକ୍ ଟେଟେରେଙ୍ଗା ଗ୍ରାମର ବାଲ୍ମିକୀ ପ୍ରଧାନ ବୋଲି ଜଣାପଡ଼ିଛି। ବାଲିଗୁଡା ଥାନା କେଶ ନଂ.୧୪୦/୨୩ ରେ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରାଯାଉଛି ବୋଲି ଥାନା ଅଧୂକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment