ଗଞ୍ଜେଇ କେସ୍ ରୁ ଆସାମି ନିର୍ଦୋଷରେ ଖଲାସ ।

ଖଲ୍ଲିକୋଟ,୨୬/୦୨(ପିପିଟି); ଗତ ୧୮/୦୮/୨୦୧୯ ରେ ରମ୍ଭା ଥାନା ପୋଲିସ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକ ନଂ OD-02-AQ-4199 କୁ ଅଟକାଇ ସେଥିରୁ ଗଞ୍ଜେଇ ୯୭୪ କେଜି ଜବତ କରି ୩ ଜଣ ଆସାମି ବୋଲଗଡ଼ର ପ୍ରସନ୍ନ ମହାପାତ୍ର,ବେଗୁନିଆର ପବିତ୍ର ସାହୁ ଏବଂ କୁଶଢିପର ବିପିନି ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉକ୍ତ କେସ୍ ନଂ GR-୩/୧୯ ର ବିଚାରଣ କରି ଖଲିକୋଟ ଏ.ଡି.ଜେ ଶ୍ରୀଯୁକ୍ତ ଏସ ପଢ଼ିହାରି ଉପଯୁକ୍ତ ପ୍ରମାଣ ଅଭାବରୁ ଫେବୃଆରୀ ୨୩ ତାରିଖରେ ଆସାମି ମାନଙ୍କୁ ଖଲାସ କରିଥିଲେ । ଆସାମି ମାନଙ୍କ ତରଫରୁ ଆଡଭୋକେଟ ମନୋଜ ମହାପାତ୍ର,ପ୍ରସନ୍ନ ମହାନ୍ତି, ମେଘନାଦ ଦଳାଇ,ଶୁଭ୍ରାଂଶୁ ମହାନ୍ତି, ଅସ୍ମିତା ଦାସ,ପିଙ୍କି ମୁନି,କୁନାଲ ସାହୁ, ମଣ୍ଟୁ ମହାନ୍ତି କେସ ପରିଚାଳନା କରୁଥିଲେ ।

Comments (0)
Add Comment