ଗଞ୍ଜାମ ମହିଳା କ୍ରିକେଟ ଏସୋସିଏସନ ବିଜୟୀ ।

ବ୍ରହ୍ମପୁର,୦୧/୦୩(ପିପିଟି) ବିଶ୍ୱ ମହିଳା ଦିବସ କୁ ଦୃଷ୍ଟିରେ ରଖି ଗଞ୍ଜାମ ମହିଳା କ୍ରିକେଟ ସଂଘ ତରଫରୁ ଆଲଫା ସ୍ପୋର୍ଟିଙ୍ଗ କ୍ଲବ ସହଯୋଗରେ ଶନିବାର ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ ମହିଳା କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ୱାମେନ କ୍ରିକେଟ ଏସୋସିଏସନ ୧୩ ରନ ରେ ଦଳ ବିଜୟୀ ଓ ପୁରୀ ଦଳ ରନରସ୍ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ସେହି ପରି ୱମେନ ଅଫ ଦି ମ୍ୟାଚ୍ ଓ ଶ୍ରେଷ୍ଠ ବୋଲୋର ଭାବେ ସୋମି ମଜୁମଦାର ଓ ବେଷ୍ଟ ବେଟସ ୱମେନ ଭାବେ ଅଭିଲିପସାଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଘ ସଭାନେତ୍ରୀ ନିବେଦିତା ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବନ୍ଧୁତ୍ୱ ପୂର୍ଣ୍ଣ ଟୁରନାମେଣ୍ଟ ରେ ଅତିଥି ରୂପେ ମହାନଗର ନଗର୍ ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଉପଦେଷ୍ଟା ସୁଶାନ୍ତ କୁମାର ସାବତ, ବୈଦ୍ୟନାଥପୁର ଥାନା ଅଧିକାରୀ ସୁମିତ୍ରା ପରିଡ଼ା ଅତିଥିଭାବେ ଯୋଗ ଦେଇଥିବା ବେଲେ ,ନାରୀ ନେତ୍ରୀ ଶ୍ୱେତା ପ୍ରଜ୍ଞା,ନାରୀ ନେତ୍ରୀ ମିନା ଦାନସାମନ୍ତରାୟ,ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ଦେବହରି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ମହାନ ସଂଘ ସଭାପତି ସୁଶାନ୍ତ ସାବତ, ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତି ପ୍ରଭା ଦେବି,ଅଲଫା କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ, ଜେଡ଼ି ର ଏମଡି ଆଶିଷ ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ପୂର୍ବତନ ଖେଳାଳୀ ଜୟଶ୍ରୀ ପାଣିଗ୍ରାହୀ,ଇନ୍ଦ୍ରାଣୀ ସାବତ,ଶର୍ମିଲା ସାହୁ,ପିନାକୀ ରୁଦ୍ର ପ୍ରଧାନ,ମଧୁସୂଦନ ସାହୁ,ସୁଶୀଳା ମଲିକ,ଶ୍ଵେତା ପ୍ରଜ୍ଞା ପଟ୍ଟନାୟକ,ରାଜେନ୍ଦ୍ର କୁମାର ପାଣିଗ୍ରାହୀ,ଦେବସ୍ମିତା ଜେନା, ପ୍ରଭାସିନୀ ପଣ୍ଡା, ଅସ୍ମିତା ମହାନ୍ତି, ସାଧନା ପାଢ଼ୀ,ଉଷାରାଣୀ ମହାପାତ୍ର, ପୁରୀ ଦଳର ମ୍ୟାନେଜର ରାଜଲକ୍ଷ୍ମୀ ଦାସ, ସୁନୀତା ମିଶ୍ର,ଅମର ନୃସିଂହ ପଟ୍ଟନାୟକ,ସଂଘ ସମ୍ପାଦିକା ପ୍ରିତିରାଣି ମହଲା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସନ ରାଇଜ ଓ ରେଇନବୋ ସ୍କୁଲରେ କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଦେଇ ସ୍ୱାଗତ କରିଥିଲେ ।

Comments (0)
Add Comment