ଗଞ୍ଜାମ ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର;୧୫୫ଟି ଅଭିଯୋଗର ଶୁଣାଣୀ ।

ଛତ୍ରପୁର,୨୪/୦୮(ପିପିଟି): ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବିସିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ ।

ଜିଲ୍ଲାପାଳ ମୋଟ ୧୫୫ଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ଓ ୩୦ଟି ସାମୂହିକ ଅଭିଯୋଗ ରହିଥିଲା। କେତେକ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ୫ ଜଣ ହିତାଧିକାରୀଙ୍କୁ ମୋଟ ୪୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ଓ ଅନ୍ୟ ଜଣଙ୍କୁ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା । ସେହିପରି ୧୦ ଜଣଙ୍କୁ ରାସନ କାର୍ଡ ଏବଂ ୧୪ ଜଣଙ୍କୁ ନୂଆ ପେନସନ ଯୋଜନାର ସୁବିଧା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ,ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment