ବ୍ରହ୍ମପୁର,୦୮/୧୨(ପିପିଟି) : ଓୟୁଜେ ଅନୁବନ୍ଧିତ ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ୟୁନିଅନର ବାର୍ଷିକ ସାଧାରଣ ପରିଷଦ ବୈଠକ ବ୍ରହ୍ମପୁର ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରକାଶ ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସଦାଶିବ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ପ୍ରସନ୍ନ ପାଇକରାୟ ପୂର୍ବତନ ଜିଲ୍ଲା ସଭାପତି ହରିହର ପାତ୍ର, ରବିନ୍ଦ୍ର କୁମାର ପଣ୍ଡା ବୈଠକରେ ଯୋଗଦେଇ ଓ ୟୁ ଜେ ଏକ ଶୃଙ୍ଖଳିତ ଏବଂ ରାଜ୍ୟର ଏକ ସକ୍ରିୟ ଅଗ୍ରଣୀ ସଂଗଠନ ଭାବେ ସମସ୍ତ ସାମ୍ବାଦିକ ମାନଙ୍କ ପାଇଁ ଅହରହ ସଂଗ୍ରାମ ଜାରି ରଖିଛି ବୋଲି କହିଥିଲେ।
ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସଦସ୍ୟ ମାନେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଓ. ୟୁ.ଜେ ସଂଗଠନକୁ ଜିଲ୍ଲାରେ ସୁଦୃଢ଼ କରିବା ପାଇଁ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଲାଗୁ କରିଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଏହି ଯୋଜନା ରେ ପିତାମାତାଙ୍କୁ ସାମିଲ କରିବା, ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ମାନଙ୍କୁ ଅଧିସ୍ବୀକୃତି ପ୍ରଦାନ କରିବା ଓ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କ ପାଇଁ ପେନସନ ଓ ସୁରକ୍ଷା ପ୍ରଦାନ ପାଇଁ ପଦକ୍ଷେପ ନେବାଲାଗି ଏହି ବୈଠକରେ ସରକାରଙ୍କ ଠାରେ ଦାବି କରାଯାଇଛି। ଆୟୋଜିତ ବୈଠକରେ ସଂଘର ପ୍ରତିଷ୍ଠା ସଦସ୍ୟ ତଥା ବରିଷ୍ଠ ଫୋଟ ସାମ୍ବାଦିକ ରବୀନ୍ଦ୍ର କୁମାର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ଜିଲ୍ଲା ୟୁନିଟର କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ସଦାଶିବ ପଣ୍ଡା,ଉପସଭାପତି ଭାବେ ଏ.ରାଜାରାଓ ଓ ରାଜଗୋପାଳ ପାଢ଼ୀ,ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ମିଶ୍ର,ସମ୍ପାଦକ ଭାବେ ମେଘନାଦ ଦାସ ଓ ସନ୍ତୋଷ କୁମାର ପଣ୍ଡା, କୋଷାଧକ୍ଷ ଭାବେ ସୁଧୀର ନାହାକଙ୍କୁ ମନୋନୀତ କରାଯାଇଥିବା ବେଳେ ଅଶୋକ କୁମାର ମହାଙ୍କୁଡ଼ ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଶେଷରେ ନୂତନ କର୍ମକର୍ତ୍ତା ମାନଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଦିଆଯାଇଥିଲା ।ସଂଘର ନୂତନ ଭାବେ ଚୟନ ହୋଇଥିବା ଉପସଭାପତି ରାଜଗୋପାଳ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଓୟୁଜେ ଗଞ୍ଜାମ ଶାଖାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ପଟ୍ଟନାୟକ, ସୁବାସ ପାଢ଼ୀ,ସୁଦର୍ଶନ ନାୟକ, ଏଲ.ସୁଦାମ,କ୍ଷେତ୍ରବାସୀ ସାହୁ,ଗୀତାଞ୍ଜଳି ପଟ୍ଟନାୟକ, ରାଜୀବ ଲୋଚନ ମିଶ୍ର,ଦ୍ବିତୀକୃଷ୍ଣ ପଣ୍ଡା,ରବୀନ୍ଦ୍ର ନାଥ ପଣ୍ଡା,ପ୍ରଗତି ବନ୍ଧୁ ଦାସ,ସୁବ୍ରତ ପଣ୍ଡା,ବିଭୁ ପ୍ରସାଦ ପଣ୍ଡା,କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖଙ୍କ ସହ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା