ପୋଲସରା,୨୮/୦୭(ପିପିଟି):ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ ପ୍ରାନ୍ତ ତରଫରୁ ଭଦ୍ରକ ଜିଲ୍ଲା ଅଶୁରାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରାନ୍ତ ବିଚାରବର୍ଗ ଗତକାଲି ଉଦଘାଟନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବପ୍ରାନ୍ତ ସହ ସଂଯୋଜକ ପ୍ରସନ୍ନ ଛୋଟରାୟ ଯୋଗଦେଇ ବର୍ଗର ପ୍ରସ୍ତାବ ରଖିଥିଲେ।ମୁଖ୍ୟ ଅତିଥି ଭାବେ ଅସୁରାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ମିନତୀ ସାହୁ, ମୁଖ୍ୟବକ୍ତାଭାବେ ଉତ୍କଳ ଭୂଷଣ ନାୟକ, ସମ୍ମାନିତ ଅତିଥି ଭାବେ ସ୍ୱଦେଶୀ ଜାଗରଣ ମଞ୍ଚ ପୂର୍ବ କ୍ଷେତ୍ର ସଂଯୋଜକ ଆଶୁତୋଷ ମୁଖାର୍ଜୀ ଯୋଗ ଦେଇଥିବା ବେଳେ ସ୍ବାବଲମ୍ବୀ ଭାରତ ଅଭିଯାନର ଭଦ୍ରକ ଜିଲ୍ଲା ସଂଯୋଜକ ଦୀପକ ବାରିକ ମଞ୍ଚ ପରିଚାଳନା କରିଥିଲେ। ତୃତୀୟ ଦିନରେ ବିଭିନ୍ନ ଜିଲ୍ଲାର ଦାୟିତ୍ଵ ଘୋଷଣା କରାଯାଇଥିଲା ।ଏହି ଅବସରରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖୋଳଖାଳୀ ଗ୍ରାମର ରାକେଶ ଜେନା ଙ୍କୁ ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ଯୁବ ପ୍ରମୁଖ ଭାବରେ ଗୁରୁ ଦାୟିତ୍ଵ ଦିଆଯାଇଛି।
ରିପୋର୍ଟ:- ସନ୍ତୋଷ କୁମାର ପଣ୍ଡା