ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

ବ୍ରହ୍ମପୁର,୨୧/୦୯(ପିପିଟି):ଆଜି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ସ୍ଥିତ କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତାଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ତଥା ଜିଲା ପ୍ରଭାରୀ ରାଜୀବ ପଟ୍ଟନାୟକ , ରାଜ୍ୟ ସାଧାରଣ ସମ୍ପାଦକ ଗୋପନ ମାର୍ଥା ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାରେ କିପରି ଯୁବ ସଙ୍ଗଠନ ସୁଦୃଢ ହେବ ଆଲୋଚନା ହୋଇଥିଲା , ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଯୁବ କଂଗ୍ରେସ ଭୂମିକା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଦୁର୍ନୀତି ବିରୋଧ ରେ ଲୋକଙ୍କ ସାମ୍ନାକୁ କିପରି ଆସିବ ସେ ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିକାଶ ନାୟକ , ଦେବାଶିଷ ମହାନ୍ତି,ସୁପ୍ରଭା କୁମାରୀ ଦାସ,ସଂଗ୍ରାମ ରାଉତ,କହ୍ନୟା ଲାଲ ସାବତ , ପ୍ରଭାକର ତ୍ରିପାଠୀ , ଶିବ ପ୍ରସାଦ ବେହେରା , ଭବାନୀ ସାହୁ , ସିଦ୍ଧାନ୍ତ ସାହୁ , ଗଗନ ସାହୁ,ମହେଶ ଗୌଡ଼,ଟିକିନା ପ୍ରଧାନ,ପ୍ରେମ ନାୟକ,ଦୀପକ ରାଉଳ , ସିଂଧୁ ,ରାମ ତ୍ରିପାଠୀ,ରାମ ସାହୁ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
(ରିପୋର୍ଟ – ଆରତ କୁମାର ହୋତା। )

Comments (0)
Add Comment