ଛତ୍ରପୁର,ତା.୦୫/୧୦(ପିପିଟି); ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ଛତ୍ରପୁର ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନଗତ ଅଧିକାର ନ ଥିବା ଗୃହରେ ପରିଚାଳିତ ସଂସ୍ଥାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସଂଯୋଗକୁ ପୁନଃ ସଂଯୋଗ କରିବା ନିମିତ୍ତ ଦାବୀରେ ଆମରଣ ଅନଶନରେ ବସିଛନ୍ତି ଯାହାକି ଅଯୌକ୍ତିକ ଓ ବେଆଇନ ବା ବିଧି ବିରୁଦ୍ଧ ଅଟେ । ଏଥି ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଞ୍ଜାମ ଏକ ସ୍ପଷ୍ଟିକରଣ ଦେଇଛନ୍ତି । ଓଡିଶା ସରକାରଙ୍କ ଦ୍ବାରା ପଞ୍ଜିକୃତ ଏବଂ ଆର୍ଥିକ ସହାୟତାରେ ମାନସିକ ବିକୃତି ଓ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟ ଆଇନ୍ ଗତ ଅଧିକାର ନଥିବା ଗୃହରେ ଛତ୍ରପୁର ଠାରେ ଚାଲୁଅଛି । ଏହି ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ କୌଣସି ଅନାଥ ଶିଶୁ ନାହାନ୍ତି । ଆଇନ୍ ଗତ ବିଦ୍ୟୁତ୍ ସଂଯୋଗ ନଥିବା ହେତୁ ହୁକ ପକାଇ ଏହି ବିଦ୍ୟାଳୟଟି ଚାଲୁ ରହିଥିଲା । ଏହି କୋଠାଟି ବିପଦପୂର୍ଣ୍ଣ, ମାନସିକ ବିକୃତ ଓ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅସୁରକ୍ଷିତ ବୋଲି ରାସ୍ତା ଓ କୋଠାବାଡି ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଘୋଷଣା କରିଥିଲେ । ଏହି ସବୁ କାରଣ ଯୋଗୁଁ ମାନ୍ୟବର ହାଇକୋର୍ଟ ଓଡିଶା ଗତ ତା.୨୧.୦୮.୨୦୨୦ରିଖ ରେ ତାଙ୍କ ନିର୍ଦ୍ଦେଶନାମା ସଂଖ୍ୟା ୨ ପ୍ରକାରେ ଏହି କୋଠାଟିକୁ ଚାବି ପକାଇ ବନ୍ଦ କରି ରଖାଯାଉ ଏବଂ ଏହା ମଧ୍ୟକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କେହି ଯେମିତି କୋଠାରେ ପ୍ରବେଶ କରିବେ ନାହିଁ ସେଥି ନିମନ୍ତେ ଆଦେଶନାମା ଜାରି କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି ସଂଘ କର୍ତ୍ତୃପକ୍ଷ ଏହାର ମରାମତି ଏବଂ ଚୂନ ଦେଇ ଏହି କୋଠାଟିକୁ ବ୍ୟବହାର କରିଛନ୍ତି । କୈଣସି ଅପ୍ରିତିକର ପରିସ୍ଥିତି ଯେପରି ହେବ ନାହିଁ ଏବଂ କାହାର ଅମୂଲ୍ୟ ଜୀବନ ଯେମିତି ବିପଦ ଆଡକୁ ନ ଆସୁ ସେଥି ସକେଶେ ଜିଲ୍ଲା ପ୍ରଶାସନ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ବାଧ୍ୟ ହୋଇଥିଲେ . । ସଂପ୍ରତି ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ କୌଣସି ବିଦ୍ୟାଳୟ ଚାଲୁ ନାହିଁ କିମ୍ବା ଏହି ସଂସ୍ଥା ଦ୍ବାରା ଚାଳିତ ଉକ୍ତ ବିଦ୍ୟାଳୟରେ କୌଣସି ଭିନ୍ନକ୍ଷମ ଛାତ୍ରଛାତ୍ରୀ ନାହାନ୍ତି । ସେମାନେ ନିଜ ନିଜ ଘରେ ସୁରକ୍ଷିତ ଅଛନ୍ତି । ଉକ୍ତ ବିଦ୍ୟାଳୟର ସୁପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସକାଶେ ଉକ୍ତ ସଂସ୍ଥାର ନିଜସ୍ବ ଜମିରେ ଏକ କୋଠା ନିର୍ମାଣ ସକାଶେ ଓଡିଶା ସରକାରଙ୍କ ଦ୍ବାରା ଆର୍ଥିକ ଅନୁଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଅଛି । ସରକାରୀ କୋଠାରେ ଏହିପରି ଅନୁଷ୍ଠାନ ଚାଲିବ ଏଥି ସକାଶେ ସରକାରଙ୍କର ନିୟମ ନାହିଁ । ଉକ୍ତ ସଂସ୍ଥା ମାନ୍ୟବର ହାଇକୋର୍ଟରେ ଆଶ୍ରୟ ନେଇଥିବା ହେତୁ ମାନ୍ୟବର ହାଇକୋର୍ଟ ଗତ ତା ୨୫.୦୮.୨୦୨୦ରିକ ନିର୍ଦ୍ଦେଶନାମା ୩ ଜାରି ପ୍ରକାରେ ଦୁଇ ଗୋଟି ଖାଲିଥିବା ସରକାରୀ କୋଠାକୁ ବିକଳ୍ପ ଭାବେ ପ୍ରଦାନ କରାଯାଇଥିଲା କିନ୍ତୁ ଉକ୍ତ ସଂସ୍ଥାର ସାଧାରଣ ସଂପାଦକ ଏହାକୁ ଗ୍ରହଣ କଲେ ନାହିଁ । ଏଥିରୁ ଜଣା ପଡୁଅଛିକି ଯେ, ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ଛତ୍ରପୁର ଦ୍ବାରା କରାଯାଉଥିବା ଆମରଣ ଅନଶନ ଅଯୌକ୍ତିକ ଓ ବେଆଇନ୍ ବା ବିଧି ବିରୁଦ୍ଧ ଅଟେ ।