ଗଞ୍ଜାମ ଜିଲ୍ଲା ପୋଲସରା ଗ୍ରସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ ।

ପୋଲସରା ,(ପିପିଟି ନ୍ଯୁଜ୍)୧୫/୦୫,ଗଂଜାମ ଜିଲ୍ଲା  ସୁରତ ସହରରୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ବେଳେ ଆଜି ସେହି  ସ୍ଥିତକୁ  ଅନୁଧ୍ୟାନ କରିବା ପାଇଁ  ୫ଟି ସଚିବ ଭି.କେ.ପାଣ୍ଡିଆନ  ଗଞ୍ଜାମ ଗ୍ରସ୍ତରେ ଆସି  ପୋଲସରା ସହିତ ବୈଠକ ଗୃହରେ ଜନପ୍ରତିନିଧି ସହ କୋଭିଡ଼ ୧୯ କୁ ନେଇ ସମୀକ୍ଷା  କରିଥିଲେ ।  ତତ୍ ସହିତ ଓଡ଼ିଶାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ବୁଲି ଦେଖିବା ସହ ମାରଦା ମନ୍ଦିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ  ୫ ଟି ସଚିବ ପାଣ୍ଡିଆନ । ଉକ୍ତ  ଗ୍ରସ୍ତରେ  ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ  ,ଜିଲ୍ଲା ଆରକ୍ଷୀ ଅଧ୍ୟୀକ୍ଷକ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ସ୍ଥାନୀୟ ପ୍ରଶାସନର ସମସ୍ତ ଅଧିକାରୀ  ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Comments (0)
Add Comment