ଗଞ୍ଜାମ ଜିଲ୍ଲା କଳାକାର ସଂଘର ସମ୍ମିଳନୀ ଓ ମାନପତ୍ର ପ୍ରଦାନ ।

ପୋଲସରା ୨୮/୧୨(ପିପିଟି) : ଗତକାଲି ପୋଲସରାରେ ଗଞ୍ଜାମ ଜିଲ୍ଲାର କଳାକାର ସଂଘର ଏକ ସମ୍ମିଳନୀ ହୋଇଥିବା ବେଳେ ସେମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ସଭାପତି ଭଗବାନ ସାହୁଙ୍କ ସଭାପତିତ୍ବରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରାମେଶ୍ବର ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ମୂର୍ତ୍ତୀ ଶିଳ୍ପୀ, ପଟ୍ଟଚିତ୍ର ଓ ରଙ୍ଗତୂଳୀ କାଳାକାର ସଂଘ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ପୋଲସରା, ବୁଗୁଡ଼ା, କବିସୂର୍ଯ୍ୟନଗର,ବୋଗୁନିଆପଡା, ପୁରୁଷୋତ୍ତମପୁର ଓ କୋଦଳା ବ୍ଳକର କଳାକାର ମାନେ ଯୋଗଦେଇ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଥିଲେ। କଳାକାର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ସଂଘ ପଞ୍ଜିକରଣ ଓ ମୈଳିକ ସମସ୍ୟା କୁ ନେଇ ଆଲୋଚନା କରି ଗୃହିତ ହୋଇଥିଲା। ଏହାସହିତ ଉପସ୍ଥିତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଉପସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ହିନ ସ୍ବାଇଁ, କୋଷାଧ୍ୟକ୍ଷ ଭଗବାନ ବେହେରା ସମେତ ବିଭିନ୍ନ ବ୍ଳକର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଶତାଧିକ କଳାକାର ମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment