ଗଞ୍ଜାମ ଜିଲ୍ଲାରେ ପ୍ରବେଶ କଲା ଅହିଂସା ରଥ,ତପ୍ତପାଣି ସୀମାନ୍ତରେ ସମ୍ବର୍ଦ୍ଧିତ କଲେ ସାନଖେମୁଣ୍ଡି ଅଞ୍ଚଳବାସୀ ।

ସାନଖେମୁଣ୍ଡି,୨୩/୦୯(ପିପିଟି): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅବସରରେ ଜାତୀୟ ଚେତନାକୁ ଜାଗ୍ରତ କରାଇବା ସହ ଜାତୀୟତାବୋଧ ଭାବଧାରାରେ ଅନୁପ୍ରାଣୀତ କରାଇବା ନେଇ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ଆଜି ଗଜପତି ଜିଲ୍ଲା ପରିକ୍ରମା ସାରି ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଛି। ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଠାରେ ଜିଲ୍ଲା ପ୍ରଶାସନ ଓ ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ ପକ୍ଷରୁ ଅହିଂସା ରଥ ଓ ଅଭିଯାତ୍ରୀ ଦଳଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ତପ୍ତପାଣି ଠାରେ ପାରମ୍ପରିକ ଆଦିବାସୀ ନୃତ୍ୟ,ବ୍ଲକ୍ କଳା ସଂସ୍କୃତି ସଂଘ , ମିଶନ ଶକ୍ତି, ମହିଳା ଆତ୍ମ ସହାୟିକା ଗୋଷ୍ଠୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଭାରତ ସ୍କାଉଟ୍ ଗାଇଡ ପୋଲିସ ପ୍ରଶାସନ ବିଦ୍ୟାଳୟ ଛାତ୍ରଛାତ୍ରୀ ସାଂସ୍କୃତିକ ଦଳ ପଶୁମୁଖ ନୃତ୍ୟ ଯୁବ ଛାତ୍ର କୃଷକ ମହିଳା ମାନେ ଉତ୍ସ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ। ତପ୍ତପାଣି ରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ପୋଡ଼ାମାରି ଠାରେ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବା ସହ ବିଭିନ୍ନ ଜାତୀୟତାବାଦୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡେଙ୍ଗାଉସ୍ତା ଦେଇ ଅହିଂସା ରଥ ଦିଗପହଣ୍ଡି ପହଞ୍ଚିଥିଲା। ତପ୍ତପାଣି ଠାରୁ ଦିଗପହଣ୍ଡି ପର୍ଯ୍ୟନ୍ତ ସମସ୍ତ ଗାଁ ରେ ଅଭିଯାତ୍ରୀ ଦଳଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜିଲ୍ଲା କଲ୍ୟାଣ ଅଧିକାରୀ ପରୀକ୍ଷିତ ଦାସ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ହରିଚରଣ ମିଶ୍ର ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ କୁମାର ପରିଡ଼ାଙ୍କ ସମେତ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ତତ୍ବାବଧାନରେ ତହସିଲଦାର ଡ ଶ୍ରୀନିବାସ ବେହେରା, ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ, ବ୍ଲକ୍ ପଞ୍ଚାୟତ ଅଧିକାରୀ ବୈଜୟନ୍ତି ମୁଣ୍ଡା, କଲ୍ୟାଣ ଅଧିକାରୀ ଜୟନ୍ତ ସାମନ୍ତସିଂହାର, ସିଡ଼ିପିଓ ଅର୍ଚ୍ଚନା କଅଁର, ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ସରପଞ୍ଚ ସନ୍ତୋଷ ବିଷୋୟୀ, ମଙ୍ଗଳା ଗମାଙ୍ଗ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ସୁଲତା ରାଣୀ ସ୍ବାଇଁ ଅମିନ ପ୍ରଧାନ, ମାମାନି ପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ପଞ୍ଚାୟତ ପ୍ରତିନିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments (0)
Add Comment