ଗଞ୍ଜାମ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ।

ବ୍ରହ୍ମପୁର,୦୭/୦୮(ପିପିଟି): ଆଜି ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ଭାସନ ବ୍ରହ୍ମପୁର ମହାନଗର ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିଛନ୍ତି । ଓପିଟିସିଏଲ୍ ଆସ୍କା ରୋଡ଼ ଠାରେ ପ୍ରସ୍ତାବିତ ଅସ୍ଥାୟୀ ବସ ଷ୍ଟାଣ୍ଡ ,ବ୍ରହ୍ମପୁର କର୍ପୋରେସନ ରୋଡ ର ଗଞ୍ଜାମ ହାଟ,ପୁରୁଣା ବସଷ୍ଟାଣ୍ଡ ବହୁ ସ୍ତରୀୟ କାର୍ ପାର୍କିଂ, ଆମ୍ବପୁଆର ରୋକ୍ ଗାର୍ଡେନ,ବିବେକ ବିହାର ବିବାହ ମଣ୍ଡପ ସ୍ଥଳ ନିରୀକ୍ଷଣ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଅରବିନ୍ଦ ପ୍ରଥମେଶ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ପ୍ରୋବେସନ୍ ଆଇଏଏସ ମ୍ରିନାଲୀକା ରାଠୋର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment