ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ରଥ ଉପରେ ଛେରା ପହଁରା ।

ବ୍ରହ୍ମପୁର,୦୧/୦୭(ପିପିଟି): ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପବିତ୍ର ରଥଯାତ୍ରା ପାଳନ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ଧୁମ ଧାମ ରେ ହୋଇଛି । ଦୀର୍ଘ ଦୁଇବର୍ଷ ପରେ କରୋନା କଟକଣା ଯୋଗୁଁ ବନ୍ଦ ହୋଇଥିବା ରଥଯାତ୍ରା ପାଳନ କରାଯାଉଥିବାରୁ ସବୁଠି ହସ ଉଲ୍ଲାସ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ସେରଗଡ଼ ବ୍ଲକ ଅଲାରିଗଡ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଛେରା ପହଁରା କରିବା ସହ ରଥ ଟଣା କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରାତଃ କାଳରୁ ତିନି ଠାକୁର ଙ୍କ ଦେବନୀତି ସମାପନ ପରେ ରଥ।ରୂଢ଼ ପାଇଁ ସମସ୍ତ ଗ୍ରାମବାସୀ ଶ୍ରଦ୍ଧାଳୁ ଭକ୍ତଂଙ୍କ ଗ୍ରହଣରେ ଘଣ୍ଟ , କାହାଳି , ମୃଦୁଙ୍ଗ, କ୍ରିତ୍ତନ ମାଧ୍ୟମରେ ତିନି ଠାକୁରଙ୍କୁ ରଥରୂଢ଼ କରାଯାଇଥିଲା । ପ୍ରଭୁଙ୍କର ରଥ ନୀତି ସରିବା ପରେ ଚାରମାଳ ଫିଟାଯାଇ ରଥ ଟଣା କାର୍ଯ୍ୟ ବଡଦାଣ୍ଡ ରୁ ଆରମ୍ଭ ହୋଇଥିଲା । ବଡ଼ଦାଣ୍ଡର ଉଭୟ ପାଶ୍ୱରେ ଅବସ୍ତିତ ସମସ୍ତ ବାସିନ୍ଦା ଦାଣ୍ଡ ଦ୍ୱାରେ ପୂର୍ଣ କୁମ୍ଭ ବାଢ଼ି ଦୀପ ପ୍ରଜ୍ବଳନ କରିବା ସହ ସ୍ୱାଗତ ଓ ଭୋଗ ଅର୍ପଣ କରିଥିଲେ । ସମଗ୍ର ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲାର ଯଦିଓ ଗୁରୁଦାୟିତ୍ୱ ମୋ ଉପରେ ରହିଛି କିନ୍ତୁ ରଥରେ ଛେରା ପହଁରା କରି ଯେଉଁ ଆଶିଷ ମିଳିଛି ତାହା ସାଧାରଣ ଜନତା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ନବ ନିଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଦୀର୍ଘ ଦୁଇବର୍ଷ ପରେ କରୋନା ଯୋଗୁଁ ରଥ ଟଣା ବନ୍ଦହୋଇଥିବାରୁ ଯେଉଁ ନୈରାଶ୍ୟ ଭାବ ଦେଖାଦେଇଥିଲା ତାହାର ପୁର୍ନଛେଦ ଘଟି ରଥ ଟଣା ହୋଇଥିବାରୁ ଏକ ନୂତନ ଭାବନା ଗ୍ରାମବାସୀଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment