ଗଞ୍ଜାମ ଜିଲ୍ଲାପାଳଙ୍କ କେ.ବରିଡା ଗସ୍ତ, ନିର୍ମାଣାଧୀନ ପାର୍କ ପରିଦର୍ଶନ ।

କୋଦଳା,୦୬/୧୦(ପିପିଟି); ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଗୁନିଆପଡା ବ୍ଲକ ଗସ୍ତ କରି କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ନୂତନ ଭାବେ ନିର୍ମାଣାଧୀନ ପାର୍କର ଅଗ୍ରଗତିକୁ ଦେଖିବା ସହ ପାର୍କକୁ ସଠିକ୍ ଭାବରେ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ମନରେଗା ଯୋଜନା ସହ ପଂଚାୟତ ପାଣ୍ଠିରୁ ଆସିଥିବା ଅନୁଦାନରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟକୁ ଯଥା ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ,କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ,ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା , ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Comments (0)
Add Comment