ଭଞ୍ଜନଗର,୧୬/୦୧(ପିପିଟି): ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଦାୟିତ୍ବ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ଭଞ୍ଜନଗର ଗସ୍ତ କରିବା ସହ ପୁଲିସ୍ ଉପଖଣ୍ଡରେ ଥିବା ବିଭିନ୍ନ ଥାନା ଅଧିକାରୀ ମାନଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଛନ୍ତିIପୁରୁଣା ୱାରେଣ୍ଟ୍,ମାଦକ ଦ୍ରବ୍ୟ କାରବାର ଧରପଗଡ,ଯାନ ବାହାନ ଯାଞ୍ଚ କଡାକଡି କରିବା ନେଇ ଶ୍ରୀ ମୀନା ଗୁରୁତ୍ବାରୋପ କରିଥିଲେ।ଏଥିସହ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ କହିଥିଲେ।ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧୀରେଶ ଦାସ, ବୁଗୁଡା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା,ବେଲଗୁଣ୍ଠା ଥାନ ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ସାହୁ,ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ,ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )