ଗଜାଧାନ ଗଛ ଧରି ଚାଷୀଙ୍କ ଦାବିପତ୍ର ପ୍ରଦାନ ।

କୋଦଳା,୨୦/୧୧(ପିପିଟି): ଲଘୁଚାପ ଜନିତ ଲଗାଣବର୍ଷା ରେ ବେଗୁନିଆପଡା ଓ କୋଦଳା ଏନ୍ଏସି ର ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ଯାହାଫଳରେ ଚାଷୀକୁଳ ମୁଣ୍ଡରେ ଚଡକ ପଡିଯାଇଛି । ଋଣ କରି ଫସଲ ଆଦାୟ କରି ସାହୁକାର ର ଋଣ ଶୁଝିବା ପାଇଁ ଆଶା ରଖିଥିବା ବେଳେ ଆଶା ଆଶା ରେ ରହିଯାଇଛି । ଏହାକୁ ନେଇ ପ୍ରତ୍ୟକ ଦିନ ଶତାଧିକ ଚାଷୀ ନିଜର ଉଜୁଡା ଧାନଗଛ ଧରି ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଜମାହୋଇ ନିଜର ଦୁଃଖ ଜଣାଉଛନ୍ତି । ଶନିବାର ସୁମଣ୍ଡଳ ଓ କୋଦଳା ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଚାଷୀ ପାଣିରେ ଓଦାହୋଇ ଗଛ ଉଠିଯାଇଥିବା ଧାନ କଳେଇ ଧରି ତହସିଲଦାରଙ୍କୁ ନିଜର ଦୁଃଖ ଜଣାଇ କ୍ଷୟ କ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ସହ କୃଷି ଋଣ ଛାଡ଼ କରିବା ପାଇଁ ଅନୁରୋଧ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାକୁ ନେଇ ତହସିଲଦାର ସଶ୍ମିତା ଶତପଥୀ ମୁଁ ମୋର ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କୁ ଜଣାଇବି, ଯେଉଁପ୍ରକାର ସାହାୟତା ନିର୍ଦ୍ଦେଶ ପାଇବି ସେହିପରି ଚାଷିଙ୍କୁ ସାହାୟତା ପ୍ରଦାନ କରାଯିବ ବୋଲି ସ୍ୱଷ୍ଟ କରିବା ସହିତ ଯେତିକି ଫସଲ ଜମିରେ ପଡିଛି ସେଗୁଡିକୁ ବର୍ତ୍ତମାନ ଉଦ୍ଧାର କରନ୍ତୁ ବୋଲି କହିଥିଲେ ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment