ଗଛ ଲଗାଇ ନୂଆଁବର୍ଷ ପାଳନ କଲେ ଯୁବକ ।

ଉଲୁଣ୍ଡା,୦୨/୦୧(ପିପିଟି) : ଆଜିକାର ଯୁବସମାଜ ଭୋଜିଭାତ,ଦିଅଁ ଦର୍ଶନ,ମଦ ମାଂସ କିଏ କେତେ ପ୍ରକାରରେ ନୂଆଁବର୍ଷକୁ ପାଳନ କରୁଥିବାବେଳେ ଉଲୁଣ୍ଡା ବ୍ଲକର ଜଣେ ଯୁବକ ନିଆରା ଢଙ୍ଗରେ ନୂଆଁବର୍ଷକୁ ପାଳନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମର ଯୁବକ ଚିତ୍ତରଞ୍ଜନ ପାତ୍ର ଗ୍ରାମର ବିଭିନ୍ନ ସ୍ଥାନରେ ଛାୟା ପ୍ରଦାନକାରୀ ଗଛ ଲଗାଇ ୨୦୨୧ ନୂଆଁବର୍ଷକୁ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମବାସୀ ତାଙ୍କର ଏହି ମହତକାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ।

 

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment