ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ୍ୟୁ ।

ବେଲଗୁଣ୍ଠା,୧୪/୦୭(ପିପିଟି): ଗାଙ୍ଗପୁର ଥାନା ବଡବରସିଂ କଣ୍ଟେଇପଲ୍ଲୀ ମଝି ଦୁବଲୁଣ୍ଡା ଘାଇ ନିକଟସ୍ଥ ବୁଲାଣି ରାସ୍ତାରେ ଭଞ୍ଜନଗର ଥାନା ଖମlରେଡି ଗାଁମର ବାବୁନା ଜେନା (ବୁଲୁ ) ଏକ ହେରୋ ମୋଟର ସାଇକେଲରେ ଶଶୁର ଘର ବଡ଼ବୋରସିଂ ଆସୁଥିବା ବେଳେ ଗଛକୁ ଧକ୍କା ଦେଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଆଜି ମାଧ୍ୟାନ୍ନ ଦୁଇ ଘଣ୍ଟା ସମୟରେ ମୃତ ବାବୁନା OD32/6791 ନାମକ ଏକ ହିରୋ ଗାଡି ଧରି ଶ୍ୱଶୁର ଘର ବଡବୋର୍ସିଙ୍ଗ ଆସିବା ସମୟରେ ଦୃଘଟଣା ଘଟିଛି । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ । ପରେ ଗାଙ୍ଗପୁର ଥାନା ଏସଆଇ ସୁକାନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ଭଞ୍ଜନଗର ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଦୁର୍ଘଟଣା ଘଟିଥିବା ବାଇକ କୁ ଜବତ କରି ୨୭୯/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment