ଖୋଲା ସ୍ଥାନ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଉଦ୍‌ଘାଟନ କଲେ ବାଚସ୍ପତି ।

ଭଞ୍ଜନଗର,୦୩/୦୫(ପିପିଟି): ଭଞ୍ଜନଗର ଠାରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସେସବୁର ଉଦଘାଟନ କରିଥିଲେ। ଅପରାହ୍ନ ସମୟରେ ବେଲେଶ୍ୱର ରାସ୍ତାରେ ବିଡେକା ତରଫରୁ ନିର୍ମିତ ଅତିଥି ଭବନକୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାଚସ୍ପତି ଶ୍ରୀ ଆରୁଖ ଉଦଘାଟନ କରିଥିଲେ। ଏଠାରେ ଅତିଥିମାନଙ୍କ ନିମନ୍ତେ ରହିବା ବ୍ୟବସ୍ଥା ଓ ସଭାଗୃହର ସୁବିଧା ରହିଛି। ଏଥିରେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଯନ୍ତ୍ରୀ ଗୋକୁଳ ଚନ୍ଦ୍ର ପାଢ଼ୀ, ସନ୍ତୋଷ କୁମାର ଗୌଡ଼, ପ୍ରସନ୍ନ କୁମାର ସ୍ୱାଇଁ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।ସେହିପରି ଭଞ୍ଜନଗର ଏନ୍ଏସି ପକ୍ଷରୁ ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ ଯୋଜନାରେ ଖ୍ରୀଷ୍ଟିଆନ ସାହି ଛକରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏକ ପ୍ରତିମୂର୍ତ୍ତି ଏବଂ ମସଜିଦ ଛକ ଠାରେ ଏକ ସୌଧର ଉଦଘାଟନ ବାଚସ୍ପତି ଶ୍ରୀ ଆରୁଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment