ଖୋର୍ଦ୍ଧା ସାଂସଦଙ୍କୁ ସଦର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରି ଆମେ ଗର୍ବିତ; ଉତ୍କଳ ବିକାଶ ପରିଷଦ ।

କଟକ,୦୧/୧୧; କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ଏବଂ ଗଡମାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଖୋର୍ଦ୍ଧା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ପରିଷଦର କାର୍ଯ୍ୟକର୍ତ୍ତା ଵର୍ଗ ବିମଳ ପଣ୍ଡା,ଲଷ୍ମୀଧର ଜେନା,ଅଭିମନ୍ୟୁ ସାହୁ,ସଞ୍ଜୟ ପରିଡା,ଜଗବନ୍ଧୁ ସେଠୀ,ସଞ୍ଜୟ ସେଠୀ,କବିଭୁଷଣ ଆଚାର୍ଯ୍ୟ, ନିରଞ୍ଜନ ଭୋଇ,ଟୁଲୁ ସାହୁ,ସତ୍ୟ ବ୍ରତ ଚୌଧୁରୀ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସୁଦର୍ଶନ ଜେନା,ହୃଦାନନ୍ଦ ହୋତା,ଚନ୍ଦନ ମଲ୍ଲିକ, ଦୁଲାଲ ଭୋଇ,ଚନ୍ଦନ ସେନାପତି,ରଘୁନାଥ ଚୌଧୁରୀ, ବିଷ୍ଣୁ ଚରଣ ମାଦେଳୀ,ରଂଜନ ସେଠୀ, ସଂଜୟ ମଲ୍ଲିକ,ଅର୍ଜୁନ ସାହୁ,ସନ୍ତୋଷ ସେଠୀ, କିରଣ କୁମାର ସାହୁ, ସ୍ମିତେଶ ସେଠୀ,ରଂଜିତ ପଣ୍ଡା, ସୁମନ ଜେନା, ସୂର୍ଯ୍ୟ ନାରାୟଣ ସାହୁ,ଅମିତ ପଣ୍ଡା, ଅଶୋକ କୁମାର ସାମଲ, ଜାମିନ ମୋହନ ସାହୁ, ଗୋପୀନାଥ ସେଠୀ, ସୁଦର୍ଶନ ଜେନା, ଵିଜୟ ନାୟକ,ବାବୁଆ ସାହୁ,ତୁଷାର ବେହେରା, ସୁମନ ଦାଶ, ସମ୍ବାଦିକ ଚକ୍ରବର୍ତ୍ତୀ ଓତା, କୃଷକ ନେତା ଦେବୀ ପ୍ରସାଦ ପତି ପ୍ରମୁଖ ଭେଟି ସ୍ୱାଗତ ଜଣାଇବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଜଗତସିଂହପୁରର ତିର୍ତୋଲ,ବାଲେଶ୍ଵର ଜିଲ୍ଲା ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ପାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରି ବିଜୟୀ କରିବାକୁ ପରିଷଦ ପକ୍ଷରୁ କଟକ ସଦର ମାଟିର ପୁଅ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାଧାରଣରେ ନିବେଦନ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ “ଉତ୍କଳ ବିକାଶ ପରିଷଦ”ର ଭୂମିକାକୁ ସାଂସଦ ଶ୍ରୀମତୀ ଷଡଙ୍ଗୀ ଉଚ୍ଚ ପ୍ରସଂଶା କରିଛନ୍ତି ।

Comments (0)
Add Comment