ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ।

ବୋଲଗଡ଼,୧୩/୦୩(ପିପିଟି):ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱ ରେ ରନ୍ଧନଗ୍ୟାସ ଦରବୃଦ୍ଧି ଏବଂ ଏହାର ଅଭାବ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ଏ ସଂପର୍କ ରେ ଏକ ସ୍ମାରକପତ୍ର ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରେ “ରନ୍ଧନଗ୍ୟାସର ଦରବୃଦ୍ଧି ଓ କୃତିମ ଅଭାବକୁ ନେଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ବାସ୍ତବ ଚିତ୍ର ବୋଲି କହିଥିଲେ । ଗତ ୨୦୨୫ ରେ ମୋଦି ସରକାର ସିଲିଣ୍ଡର ପିଛା ୫୦ ଟଙ୍କା ଦରବୃଦ୍ଧି କରିଥିବା ବେଳେ ଏବେ ପୁଣି ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ଏବଂ ବ୍ୟବସାୟିକ ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି । ୟୁପିଏ ସରକାର ସମୟରେ ୨୦୧୪ ମସିହା ସୁଦ୍ଧା ସିଲିଣ୍ଡର ପିଛା ୪୫୦ ଟଙ୍କା ଥିବାବେଳେ,ଏବେ ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ହେଲାଣି ଏବଂ ଏବେ ରନ୍ଧନଗ୍ୟାସର କଳାବଜାରି ଆରମ୍ଭ ହୋଇଗଲାଣି । ସିଲିଣ୍ଡର ପିଛା ୨୦୦୦-୨୫୦୦ ଟଙ୍କା ରେ କିଣିବାପାଇଁ ଲୋକେ ବାଧ୍ୟ ହେଉଛନ୍ତି । ପ୍ରଧାମନ୍ତ୍ରୀ ମୋଦିଙ୍କର ଭୁଲ ନୀତି ଯୋଗୁଁ ଆଜି ଭାରତରେ ଦୟନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏପରିକି ସ୍କୁଲ, କଲେଜ, ହସପିଟାଲ ପ୍ରଭୃତିରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳୁଛି । ଏଣୁ ଏହିଭଳି ପରିସ୍ଥିତି ରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତୁରନ୍ତ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଦାବି କରାଯାଉଛି । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସୋନାଲି ସାହୁ, ଶିଶିର ପରିଡ଼ା, ଜୟଶ୍ରୀ ପଟ୍ଟନାୟକ, ରଞ୍ଜିତ ମହାପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment