ଖୋରଧା,୦୪/୦୬(ପିପିଟି):ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ଷ୍ଟେସନ ଇନଚାର୍ଜ ଭାବେ ଯୋଗଦେଲେ ଏଲ ଡ଼ି ମହାନ୍ତି, ଶ୍ରମିକ କଂଗ୍ରେସ ମଣ୍ଡଳ ସହ ସଂଯୋଜକ ନିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚି ଶ୍ରୀ ମହାନ୍ତିଙ୍କୁ ଉତ୍ତରୀୟ ଓ ପୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ l କର୍ମଚାରୀଙ୍କ ପ୍ରତି ବିନା ଭେଦବାଦରେ କାର୍ଯ୍ୟକାରିବାକୁ ପରାମର୍ଶ ଦେଇଥିଲେ l ପରେ ବର୍ତମାନର ଷ୍ଟେସନ ଇନଚାର୍ଜ ଚିତ୍ତରଞ୍ଜନ ମହାପାତ୍ର ଓ ଅନ୍ୟ ସହକର୍ମୀ ମାନେ ଶ୍ରୀ ମହାନ୍ତି ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ l ଶ୍ରୀ ମହାନ୍ତି ଜଣେ ବରିଷ୍ଠ ଟାଣୁଆ ଶ୍ରମିକ କଂଗ୍ରେସ ନେତା ଭାବେ ରେଳ କର୍ମଚାରୀ ତଥା ଖୋର୍ଦ୍ଧାରୋଡ ମଣ୍ଡଳରେ ବେଶ ପରିଚିତ l
ରାଜଧର୍ମ ଆଗ, ସେଥିରେ କୌଣସି ସାଲିସ କରାଯିବନାହିଁ, ତା’ସହିତ ଆଗାମୀ ଦିନରେ ଖୀର୍ଦ୍ଧାରୋଡ କୁ ଏକନମ୍ବର କରିବାପାଇଁ ଯେକୌଣସି ପଦକ୍ଷପ ଆବଶ୍ୟକ ଆପଣାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ ସାହାଣୀ,ଏମ ଜି କେ ରାଓ , ସଭାପତି ମୁସ୍ତାକ ଅଲ୍ଲୀ , ତ୍ରିଲୋଚନ ମହାନ୍ତି, ସୁନୀଲ ପରିଡା ସମେତ ବହୁ କର୍ମୀ ଯୋଗଦେଇଥିଲେ l