ଖୋଜୁଛି । (କବି କେଶବ ଚନ୍ଦ୍ର ନାୟକ)

କଣ ଗୋଟେ ହଜିଲା ହଜିଲା ଲାଗୁଛି
ମନେ ମନେ ଖୋଜୁଛି……
ଆକାଶ ଗୋଟା ଖୋଜିଲି ମନ ଯାନରେ ବସି
କିଛି ମେଘ ମେଘ ଭିତରେ କୋଳା କୋଳି
ବଜ୍ର ନାଦ….ବିଜୁଳିର ଚକ୍ ଚକ୍ ମାଡରେ
ମାଡି ଗଲି ଗୋଟା ପଣେ ଜହ୍ନକୁ
ଜହ୍ନଟା ପୃଥିବୀରୁ ଖୁବ୍ ସୁନ୍ଦର ଲାଗେ
କବିମାନେ ପାଗଳ ହୋଇ ଯାନ୍ତି ପ୍ରେମ କବିତା
ଗାଇବାକୁ……!!
ପାଗଳ ହୋଇ ଯାନ୍ତି ନୂଆ ନୂଆ ପ୍ରେମରେ ପଡିଥିବା
କିଶୋର କିଶୋରୀ….
ଚକୋର ଚକୋରୀଙ୍କ ବିରହ ମୂର୍ଛନାର ସ୍ପନ୍ଦନ//
କିନ୍ତୁ ଜହ୍ନ ଏକ ମାୟା ମରିଚିକା/ଜଳ ଶୂନ୍ଯ ମୃଗ ତୃଷ୍ଣା
କେବଳ ଏକ ପ୍ରତାରଣାର ପ୍ରତୀକ ଭାବେ
ଆକ୍ତା ମାକ୍ତା ଗପ /ଥକି ଗଲି ଆକାଶଟା ବୁଲୁ ବୁଲୁ
ଓଃ ହୋ…..କୋଟି କୋଟି ଦୂର
କିଛି ଗ୍ରହ ନକ୍ଷତ୍ରର ପସରା….
କେବଳ ଘୋ ଘୋ ଗର୍ଜ୍ଜନ
କଳା କିଟ୍ କିଟ୍ ଅନ୍ଧକାର
ନିର୍ଜୀବ ଗ୍ରହ/ଉତପ୍ତ ପିଣ୍ଡୁଳା/
ଫେରି ଆସିଲି ମର୍ତ୍ତ୍ଯକୁ
କି ସୁନ୍ଦର ଏ ମର୍ତ୍ତ୍ଯ ପୁର….
ଜୀଇଁବାର ଏକ ପୁଲ୍ଲକ
ଏଠି ସବୁ ଅଛି….
ମୁଁ ଆଉ ମୋ ପ୍ରେମିକାର
ହସ କାନ୍ଦର ସଂସାର
ସୁଖ ଦୁଃଖର ଦୁନିଆରେ
ଭାବ ବାଣ୍ଟିବାର ସତ ମିଛର ଛଳନା
ନିଜକୁ ବନେଇ ଚୁନେଇ କହିବାରେ
ଗଦା ଗଦା ମିଥ୍ଯାର କୁହୁକ
ସବୁ ଏଠି ଯାଦୁକାରୀର
କଳ୍ପନା ବିଳାସ /
ମୁଁ ଏଠି ଶ୍ରାବଣରେ ଭିଜେ
ଗ୍ରୀଷ୍ମରେ ଭାଜିହୁଏ
ଆଉ ମାଘର ଜାଡରେ
ମୋ ପ୍ରାୟା ପଣତରେ ଯାକି ଯୁକି
ଘୋଡାଇ ହେବାରେ ସ୍ବର୍ଗ ସୁଖ ପାଏ….!!
ଏବେ ମୁଁ ଖୋଜିଛି ଆକାଶ ପାତାଳ
ନିର ଭିଜା ନୟନରେ….
ସେ ଶ୍ମଶାନ ଘାଟରେ
ସେଇ ଗଙ୍ଗା ନଦୀରେ
ମୋ ପ୍ରୀୟାର ଅସ୍ଥି/ମୁଠାଏ ପାଉଁଶ
ସେଇ ସ୍ବର୍ଗରେ
ସେଇ ଜହ୍ନ ରାଇଜରେ
କାଳେ ମିଳିଯିବ ମୋ ପ୍ରୀୟାର ଅସ୍ତିତ୍ବ
କାୟା ଅବା ଛାୟା
ହାତ ପହାନ୍ତରେ…!!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)

Comments (0)
Add Comment