ଖେଳୁଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୫ଶିଶୁ ଆହତ ।

ଭଞ୍ଜନଗର,୧୯/୦୨(ପିପିଟି): ଭଞ୍ଜନଗର ଥାନା କୃଷ୍ଣନଗର ଗ୍ରାମ ନିକଟରେ ଥିବା ଏକ ପୁରୁଣା କାନ୍ଥ ଭୁଶୁଡ଼ି ଯିବାରୁ ୫ଜଣ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ମାନେ ହେଲେ ନନ୍ଦିନୀପଲ୍ଲୀ ଗ୍ରାମର ଜମ୍ଭୁ ମୂଳିଙ୍କ ପୁଅ ରୋସନ୍ ମୁଳି(୪), ନନ୍ଦିନୀ ନାୟକଙ୍କ ବଡ଼ ପୁଅ ରାହୁଲ ନାୟକ(୧୨),ସାନ ପୁଅ କାହ୍ନା ନାୟକ (୪) ଓ ଝିଅ ଲିପି ନାୟକ (୧୦) ଏବଂ ସମୀର ନାୟକ (୧୨) । ସୂଚନା ମୁତାବକ ପରିବାର ସହ ଉକ୍ତ ଶିଶୁ ମାନେ ନନ୍ଦିନୀପଲ୍ଲୀ ଗ୍ରାମରୁ କୃଷ୍ଣନଗର ରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ କୌଣସି କାମରେ ଆସିଥିଲେ। ଘର ଭିତରେ ପରିବାର ଲୋକେ ଥିବା ବେଳେ ନିକଟରେ ଥିବା ଏକ ପୁରୁଣା କାନ୍ଥ ଓ ଗେଟ ଉପରେ ଚଢ଼ି ଶିଶୁ ମାନେ ଖେଳୁଥିବା ସମୟରେ ହାଠାତ୍ କାନ୍ଥଟି ଭୁଶୁଡ଼ି ପଡ଼ିବାରୁ ଶିଶୁ ମାନେ କାନ୍ଥ ତଳେ ଚାପି ହୋଇ ଆହତ ହୋଇଥିଲେ। ପିଲାଙ୍କ କାନ୍ଦ ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି ଶିଶୁ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଶିଶୁ ମାନଙ୍କ ଚିକିତ୍ସା ପରେ ୩ଜଣ ଶିଶୁ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment