ଦିଗପହଣ୍ଡି,୦୨/୧୧(ପିପିଟି);ଦିଗପହଣ୍ଡି ସହରାଞ୍ଚଳକୁ ଏଲିଇଡି ଲାଇଟ୍ ରେ ଆଲୋକୀକରଣ ବ୍ୟବସ୍ଥା କାର୍ଯ୍ୟ ବର୍ତ୍ତମାନ ତ୍ବରାନ୍ବିତ ରହିଛି । ଏଥିପାଇଁ ନିର୍ଦ୍ଧିଷ୍ଟ ଠିକାଦାର ସଂସ୍ଥା ଏହି କାର୍ଯ୍ୟରେ ନିୟୋଜିତ ରହିଛି। ୩୦୦ଟି ଏଲଇଡି ଲାଇଟ ବିଦ୍ୟୁତ ଖୁଣ୍ଟ ଆସିଛି। ଆଉ ସହରର ସାରା ଆଲୋକ କରିବାକୁ ଯୋଜନା ରହିଛି। ହେଲେ ଏହି ଯୋଜନାରେ ଏନଏଚ ୩୨୬ରେ ସହରର ମାତ୍ର କିଛି ଦୁରତାରେ ରହିଥିବା ଖେମୁଣ୍ଡି କଲେଜ ପର୍ଯ୍ୟନ୍ତ ଏହି ଲାଇଟ ବ୍ୟବସ୍ଥା ବର୍ଦ୍ଧିତ କରିବାପାଇଁ ଖେମୁଣ୍ଡି ସ୍ବାଧୀକାର ମଞ୍ଚ ପକ୍ଷରୁ ଆଇନଜିବୀ ତଥା ଭାଜପା ନେତା ପରେଶ ଚନ୍ଦ୍ର ରଥ ଏବଂ ସମାଜସେବୀ ଶଙ୍କର୍ଷଣ ରଥ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲଚନ୍ଦ୍ର ଡାକୁଆଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ସହରର ଜନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ଏନଏସିର ୧୧ଗୋଟି ୱାର୍ଡ଼ରେ ପ୍ରାୟ ୧୬ହଜାରରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି। ସେହିପରି ଖେମୁଣ୍ଡି କଲେଜ ରାସ୍ତାରେ ସର୍ବଦା ଅନ୍ଧକାର ରହୁଛି। ସେହି ରାସ୍ତାରେ କପା ମଣ୍ଡି, ସେଣ୍ଟ୍ରା ନର୍ସରୀ, ସହରକୁ ପାନୀୟ ଜଳଯୋଗାଣ ପ୍ରକଳ୍ପ, ଚାମୁଣ୍ଡେଶ୍ୱରୀ ମନ୍ଦିର ସମେତ ଜନବସତି ରହିଛି। ଆଗକୁ ଜେଏମଏଫ୍ ସି କୋର୍ଟ ସ୍ଥାନାନ୍ତର ସହ ସବ ଜଜ୍ କୋର୍ଟ ମଧ୍ୟ ସେଠାରେ ନିର୍ମାଣ ହେବାକୁ ଯାଉଛି ।ଅଥଚ ଏସବୁ ଅଞ୍ଚଳ ବର୍ତ୍ତମାନ ଅନ୍ଧକାର ମୟ ରହୁଛି। ଆଜି ଆଲୋକୀକରଣ ବ୍ୟବସ୍ଥା ସହ ଜନସାଧାରଣଙ୍କ ଭଵିଷ୍ୟତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଜାଣିବାକୁ ମିଳିଛି।
(ରିପୋର୍ଟ- ସାଇଦୀପ୍ ପୂଜାରୀ। )