ଖାଦ୍ୟ ବାଣ୍ଟିଲେ ଧର୍ମଶାଳା ବିଧାୟକ ।

ଧର୍ମଶାଳା,୨୫/୧୦(ପିପିଟି):ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆଜି ଧର୍ମଶାଳା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ତାଙ୍କ ଦ୍ବାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଏସବୁ କାର୍ଯ୍ୟରେ ଟ୍ରଷ୍ଟର ସଦସ୍ୟ ଓ ତାଙ୍କ ସମର୍ଥକମାନେ ସହଯୋଗ କରିଥିଲେ । ଆସନ୍ତାକାଲି ମଧ୍ୟ ଲୋକମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ବିଧାୟକ ଅନେକ ଗ୍ରାମକୁ ଯାଇ ଲୋକମାନଙ୍କ ସୁବିଧାଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର, ପ୍ରଶାସନ, ବିଧାୟକ ଓ ତାଙ୍କ ଟିମ୍ ପ୍ରସ୍ତୁତ ଅଛନ୍ତି। ଖାଦ୍ୟ, ପାନୀୟ ଜଳ, ପାଲ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଭୟଭୀତ ନହୋଇ ସଜାଗ ରହିବାକୁ ବିଧାୟକ ଧର୍ମଶାଳାବାସୀଙ୍କୁ ନିବେଦନ କରିଛନ୍ତି ।

Comments (0)
Add Comment