ଖାଇରମାଲ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗାଁ ଘୋଷଣା ।

ଉଲୁଣ୍ଡା,୦୭/୧୦(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନଝରିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଖଇରମାଲ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି ।୨୦୧୮ ଜୁନ ୨୦୨୦ ଜୁନ ସୁଦ୍ଧା ଦୁଇ ବର୍ଷ ଭିତରେ ଗୋଟିଏ ବି ବାଲ୍ୟବିବାହ ହୋଇ ନ ଥିବାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ବାଲ୍ୟବିବାହ ନିଷେଧ ଅଧିକାରୀ ତଥା ଶିଶୁ ବିକାଶ ଅଧିକାରୀ ଜ୍ୟୋସ୍ନାମୟୀ ପଣ୍ଡାଙ୍କ ପୌରହିତ୍ୟରେ କୋଭିଡ ନିୟମକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଲୋକଙ୍କ ଭିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଙ୍ଗନୱାଡି ସୁପ୍ରଭାଇଜର ପ୍ରଣତି ମିଶ୍ର,ଅଙ୍ଗନୱାଡି କର୍ମୀ ରଶ୍ମିତା ପଧାନ,ପ୍ରଭାସିନୀ ପଧାନ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ କଳ୍ପନା ପଧାନ, କିଶୋରୀ ବାଳିକାଙ୍କ ସମେତ ଗ୍ରାମ ବାଲ୍ୟବିବାହ ନିଷେଧ କମିଟିର ସଭ୍ୟ ସଭ୍ୟା ମାନେ ସଭାରେ ଯୋଗ ଦେଇ ଅଲୋଚନା କରିଥିଲେ । (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment