ଖଲ୍ଲିକୋଟ ଅଞ୍ଚଳରେ ନଳକୂପ ମରାମତି କାର୍ଯ୍ୟ କରିବା ପାଇଁ ପାସେଞ୍ଜର ଅଟୋ ବ୍ଯବହାର ।

ଖଲ୍ଲିକୋଟ,୧୨/୧୨(ପିପିଟି); ଖଲ୍ଲିକୋଟ ଅଞ୍ଚଳରେ ନଳକୂପ ମରାମତି କାର୍ଯ୍ୟ କରିବା ପାଇଁ ପାଇପ୍ ଧରି ପାସେଞ୍ଜର ଅଟୋରେ କର୍ମଚାରୀ ଯାଉଥିବା ନଜରକୁ ଆସିଛି । ନଳକୂପ ମରାମତି କାର୍ଯ୍ୟ ପାଇଁ ପାଇପ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଧରି ଯିବା ପାଇଁ ଚାରି ଚକିଆ ଯାନ(ପରିବହନ) ବ୍ଯବସ୍ଥା ରହିଥିବା ବେଳେ ତିନି ଚକିଆ ପାସେଞ୍ଜର ଅଟୋ ବ୍ଯବହାର ପାଇଁ କିଏ ଅନୁମତି ଦେଲା । ପରିବହନ ପାଇଁ ପାସେଞ୍ଜର ଅଟୋ ଭଢାର ବିଲ୍ ହେଉଛି ନା ଚାରି ଚକିଆ(ପରିବହନ)ଗାଡିର ବିଲ୍ ହେଉଛି ତାହା ତଦନ୍ତ ସାପେକ୍ଷ । ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଓ ବ୍ଲକ୍ ସହ ଭାଗିତାରେ କିଛି ଗଡବଡ ରହୁଥିବା ନେଇ ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ପିପିଟି ନ୍ଯୁଜ୍ ରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବ ।

Comments (0)
Add Comment