ଖଲିକୋଟ ଓ ବେଗୁନିଆପଡା ସିଡିପିଓଙ୍କ ପ୍ରଚେଷ୍ଟାରେ ବନ୍ଦ ହେଲା ବାଲ୍ୟ ବିବାହ ।

କୋଦଳା,୨୮/୦୬(ପିପିଟି): ଆଜି ଏକ ନାବାଳିକା ମହିଳାଙ୍କ ବିବାହ କାର୍ଯ୍ୟକୁ ବନ୍ଦ କରି ନିଜ ଘରକୁ ଫେରାଇ ଆଣିବାରେ ସଫଳତା ହାସଲ କରିଛନ୍ତି ବେଗୁନିଆପଡା ଓ ଖଲିକୋଟ ବ୍ଲକ ବାଲ୍ୟ ବିବାହ ନିରୋଧ ଅଧିକାରିଣି । ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଖୁଣ୍ଟିଆତୋଟା ପି. ରାମ ଶବରଙ୍କ ୧୩ ବର୍ଷର ନାବାଳିକା କନ୍ୟା ସହିତ ଖଲିକୋଟ ବ୍ଲକ ବି.ପି କଲୋନୀ ର ପୁନିଆ ଶବରଙ୍କ ୧୬ ବର୍ଷର ପୁତ୍ର ପିଣ୍ଟୁ ଶବର ସହିତ ବିବାହ ଉତ୍ସବ ବର ପିତାଙ୍କ ବାସଭବନ ରେ ଅନୁଷ୍ଠିତ ହେଉଥିବା ଖବର ପାଇ ବେଗୁନିଆପଡା ସିଡିପିଓ ତଥା ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ଖଲିକୋଟ ସିଡିପିଓ ବାଲ୍ୟ ବିବାହ ଅଧିକାରିଣୀ ସଲିତା ପ୍ରଧାନ ନିଜ ନିଜର କର୍ମଚାରୀଙ୍କ ସହିତ ଭେଜିପୁଟ ପୁଲିସର ସହାୟତାରେ ସେଠାରେ ପହଞ୍ଚି ବିବାହ ବନ୍ଦ କରିବା ସହିତ ନାବାଳିକା କନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment