ଖରିଡା ୟୁ.ପି. ସ୍କୁଲରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ।

ପୋଲସରା,୦୧/୦୩(ପିପିଟି) : ବୁଗୁଡା ବ୍ଳକର ବାଲିପଦର କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ ଫେବୃୟାରୀ ୨୮ ତାରିଖ ଦିନ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିଶ୍ୱଜିତ ପରିଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କ୍ଲଷ୍ଟର ସ୍ତରୀୟ ବୈଠକକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ ଯୋଗଦେଇ ଶିକ୍ଷାର ଆଭିମୁଖ୍ୟ ଓ ପରିସର ବିଷୟରେ ଆଲୋକପାତ କରିଥିଲେ। ଏହି ବୈଠକରେ ବାଲିପଦର କ୍ଲଷ୍ଟର ଅନ୍ତର୍ଗତ ୧୧ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ବାଲିପଦର ହାଇ ସ୍କୁଲକୁ ମିଶାଇ ୧୨ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୨ ଜଣ ଏଫ.ଏଲ.ଏନ. ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ସଂଖ୍ୟା ଜ୍ଞାନ ଓ ସାକ୍ଷର ବିଷୟ ନେଇ ସିଆରସିସି, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କ ସହଭାଗୀରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷକ ଅନନ୍ତ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment