ଖବର ପ୍ରସାରଣ ପରେ ଖାଲଖମା କାଦୁଅ ରାସ୍ତାରେ ପଡିଲା ଡଷ୍ଟଗୁଣ୍ଡ।

ବୋଲଗଡ଼,୦୭/୦୮(ପିପିଟି) :ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ତାଳତୁମ୍ବ ବଜାର ଠାରୁ ସିମାପଲ୍ଲୀ ଗ୍ରାମକୁ ନୂତନ ଭାବେ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କକୁ କ୍ରସ୍ କରି ସୀମାପଲ୍ଲୀ ସ୍କୁଲ ସାମନା ନୁଆସାହି ବଥୁଆ ମୌଜା ପର୍ଯ୍ୟନ୍ତ ଦେଇ ଯାଇଥିବା ୮୦୦ମିଟର ରାସ୍ତା ଖାଲଖମା ଓ ପାଣି କାଦୁଅରେ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇ ଯାଇଥିବା ସମ୍ବନ୍ଧରେ ଖବର ପ୍ରସାରଣ ପରେ ସେହି ପାଣି କାଦୁଅ ଓ ଖାଲଖମା ରାସ୍ତା ତୁରନ୍ତ ଯାତାୟତ ପାଇଁ ପଡିଲା ଡଷ୍ଟଗୁଣ୍ଡ। ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ ଙ୍କ ପଦକ୍ଷେପରେ ଓ ବ୍ଲକ ପ୍ରସାନ ତରଫରୁ ଡଷ୍ଟଗୁଣ୍ଡ ପକାଯାଇଛି ସେହି ରାସ୍ତା ଟିକୁ ପ୍ରଥମ ଫେଜ୍ ରେ ୨୦୦ମିଟର କଂକ୍ରିଟ କରାଯିବ ଏବଂ ପରେ ପରେ କାମ ଚାଲୁ ରହିବ ବୋଲି ଶ୍ରୀଯୁକ୍ତ ବାରିକ,ଏବଂ ଶ୍ରମିକ ନେତା ଅକ୍ଷୟ ରାଉତରାୟ ସୂଚନା ଦେଇଛନ୍ତି ।ଏ ନେଇ ଲୋକମାନେ ଏବଂ ଅଙ୍ଗନୱାଡି ପିଲା, ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ସୁରୁଖୁରୁରେ ଯାତାୟତ କରୁଥିବା ଜଣାପଡିଛି। ଏନେଇ ସିମାପଲ୍ଲୀର ନୂଆସାହିର ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଲଗାଣ ବର୍ଷା ଏବଂ ଯାନବାହାନ ଯିବା ଆସିବା କରିବା ଦ୍ବାରା ପୁନର୍ବାର କାଦୁଅ ହୋଇ ପାଣି ଜମିବାର ଦେଖାଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment