ଖତ ଖାଉଛି ଅଳିହା ଆବର୍ଜନା ବୁହା ଗାଡ଼ି ।

ବୋଲଗଡ଼,୧୨/୦୫(ପିପିଟି):  ସ୍ୱଚ୍ଛ ଭାରତ ମିଶନ ଯୋଜନା ରେ  ବିଗତ ଦିନରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଅଳିଆ ଆବର୍ଜ୍ଜନାକୁ ବୋହିବା ପାଇଁ ପ୍ରତି ପଂଚାୟତକୁ ଅଳିଆ ବୁହା ଟ୍ରଲି ଯୋଗାଇ ଦିଆ ଯାଇଥିଲା। ବୋଲଗଡ ବ୍ଲକ ଅଂଚଳ ରେ ଏହା କାର୍ଯ୍ୟରେ ନ ଲାଗି ବାହାରେ ପଡ଼ି କଳଙ୍କି ଲାଗି ଯିବା ସହ ଖତ ଖାଉଥିବାର ଦେଖିବାକୁ ମିଳୁଛି। ଯେଉଁ ଉଦ୍ଦେଶ୍ୟ ବା ଲକ୍ଷ୍ୟ ନେଇ ଅଳିଆ ବୁହା ଗାଡ଼ି ଯୋଗାଇ ଦିଆ ଯାଇଥିଲା ତାହା କାର୍ଯ୍ୟରେ ନ ଲାଗିବା ପରିତାପର ବିଷୟ ପାଲଟିଛି। ଯାହା କି ସରକାରୀ ରାଜକୋଷର ଅର୍ଥ ଅଯଥା ଅପବ୍ୟୟ ହୋଇ ଥିବାରୁ ପାଣିରେ ପଡ଼ିବା ସାର ହେଉଛି। ବୋଲଗଡ଼ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ

ଙ୍କ ବିଭିନ୍ନ କାର୍ଯ୍ୟ ରେ ଅବହେଳା ଏବେ ପଦାରେ ପଡିଛି।ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Comments (0)
Add Comment