ଖଣ୍ଡୁରୁ ଗ୍ରାମରେ ସୁରତ ପ୍ରବାସୀମାନଙ୍କ ଦ୍ଵାରା ବଡ ବନ୍ଧ ପାହାଚ ନିର୍ମାଣ ।

ପୋଲସରା,୧୫/୦୫(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ପଞ୍ଚାୟତରେ ଦୀର୍ଘ ଦିନ ଧରି ବନ୍ଧରେ ପାହାଚ ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ଯ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଗୁରୁତ୍ବ ଦେଇନଥିଲେ। ଶେଷରେ ଖଣ୍ଡୁରୁ ଗ୍ରାମର ସତ୍ୟବାନ ସାହୁଙ୍କ ନେତୃତ୍ବରେ ଯୁବ ଗୋଷ୍ଠିକୁ ଏକତ୍ରିତ କରି ବଡ଼ ବନ୍ଧ ପୋଖରୀରେ ଏକ ପାହାଚ ନିର୍ମାଣ କରିଛନ୍ତି । ସେଥିରେ କୌଣସି ସରକାରୀ ଅନୁଦାନ ବିନା ନିଜ ବ୍ୟକ୍ତିଗତ ଟଙ୍କା ଆଦାୟ କରି ସେ ପାହାଚ ନିର୍ମାଣ କରିଛନ୍ତି । ସେଥିରେ ସତ୍ୟବାନ ସାହୁ, ପ୍ରଦୀପ ପ୍ରଧାନ, ଅଶୋକ, ପ୍ରଶାନ୍ତ ପ୍ରଧାନ, କଂଗ୍ରେସ ସାହୁ, ରାଜେନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ ସାହୁ, ବିପିନ ପ୍ରଧାନ, ଟୁକୁନା ସାହୁ, ଟୁକୁନା ପ୍ରଧାନ, ରବି ପ୍ରଧାନ, ବୁଲୁ ପ୍ରଧାନ, ଜିତେନ୍ଦ୍ର ସାହୁ, ଦିପୁ ସାହୁ, ସଞ୍ଜୟ ସାହୁ, ନବ ସାହୁ, କୁଶ ସାହୁ, କୁନା ପ୍ରଧାନ, ସୁରତ ସାହୁ, ବିନୋଦ ପ୍ରଧାନ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ପାହାଚ ନିର୍ମାଣ ପାଇଁ କେତେ କହିଲେ ବି କିଏ ଶୁଣୁ ନଥିଲେ ଶେଷରେ ପ୍ରବାସୀ ଭାଇ ମାନେ ଅଣ୍ଟା ଭିଡ଼ିଲେ ।

Comments (0)
Add Comment