ଖଣ୍ଡହଥା ପଂଚାୟତ ସମିତି ସଭ୍ୟ ଉପ ନିର୍ବାଚନ;ବିନୋବାନନ୍ଦ ନିର୍ଦ୍ବନ୍ଦରେ ନିର୍ବାଚିତ ।

ଉଲୁଣ୍ଡା,୧୩/୦୪((ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ‌ଖଣ୍ଡହତା ସମିତି ସଭ୍ୟ ଭାବରେ ଯୁବ ନେତା ବିନୋବାନନ୍ଦ ପଧାନ (ବିନୁ) ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ଉକ୍ତ ପଞ୍ଚାୟତର ସମିତି ସଭ୍ୟ ଥିବା ତନୁଜା ରଣବଂନସିଆ ଅଙ୍ଗନବାଡି କର୍ମୀ ନିଯୁକ୍ତ ହେବାପରେ ନିଜ ସମିତି ସଦସ୍ୟା ପଦରୁ ଇସ୍ତଫା ଦେଇଥିଲେ‌। ଫଳରେ ଖାଲି ପଡ଼ିଥିବା ସମିତି ସଭ୍ୟ ପଦବୀ ପାଇଁ ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିବାବେଳେ ୧୪ ଜଣ ପ୍ରାଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ । କେବଳ ବିନୋବାନନ୍ଦ ପଧାନ ରହିଥିବାରୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଶ୍ରୀ ପଧାନ ବୀରମହାରାଜପୁରର ପୂର୍ବତନ ବିଧାୟକ ସ୍ୱର୍ଗତ ବୈଷ୍ଣବ ପଧାନଙ୍କ କନିଷ୍ଠ ପୁତ୍ର ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିବେକାନନ୍ଦ ପଧାନଙ୍କ ଭାଇ ଅଟନ୍ତି । ବର୍ତ୍ତମାନ ତାଙ୍କର ଧର୍ମ ପତ୍ନୀ ସୁନିତା ପଧାନ ଜଟେସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କର ଏହି ବିଜୟ ରେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇ ଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment