ସୋରଡ଼ା,୧୧/୦୯(ପିପିଟି): ସର୍ବଭାରତୀୟ କୣଷକ ସଂଗଠନ ଅଖିଳ ଭାରତ କିଶାନ୍ ମଜଦୁର ସଭାର ତୣତୀୟ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ଦିନ ସୋରଡ଼ା କାଳୀ ମନ୍ଦିର ସଭାଗୣହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ଲାଲ ପତାକାକୁ ବରିଷ୍ଠ ନେତା କାଳୀ ଚରଣ ନାୟକ ଉତ୍ତୋଳନ କରିବା ପରେ ଲଡୁ କିଶୋର ଡାକୁଆ, ନାରାୟଣ ନାୟକ, ଦୟାନିଧି ଗୌଡ଼, ସନ୍ତୋଷ ନାୟକ ଓ କୣଷ୍ଣ ପ୍ରଧାନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀର ପରିଚାଳନା କରିଥିଲେ ।
ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ସମ୍ମିଳନୀକୁ ଉଦଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୣଷକ ଵିରୋଧି ତଥା କର୍ପୋରେଟ ସପକ୍ଷବାଦୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଜାତୀୟ ସ୍ତରରେ ତିନି କଳା କୣଷି ଆଇନ ବିରୁଦ୍ଧରେ ଐତିହାସିକ କୣଷକ ଆନ୍ଦୋଳନ ବିଜୟୀ ହୋଇଥିଲେ ମଧ୍ୟ ଦେଶର କୣଷକମାନଙ୍କ ବିରୁଦ୍ଧରେ ମୋଦି ସରକାରର ଷଡଯନ୍ତ୍ର ବନ୍ଦ ହୋଇନାହିଁ ବୋଲି କହିଥିଲେ । କର୍ପୋରେଟଙ୍କ ସ୍ଵାର୍ଥରେ କେନ୍ଦ୍ର ସରକାର ଜନ ବିରୋଧୀ ବିଦ୍ୟୁତ୍ ବିଲ୍ ଏବଂ ବିହନ ବିଲ୍ ଆଣିବାକୁ ଷଡଯନ୍ତ୍ର କରୁଛନ୍ତି । ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ କାମ ଦେବାକୁ ଉଦ୍ଦିଷ୍ଟ ମନରେଗା ଆଇନକୁ ହଟାଇ ସରକାର ଦେଶର କୋଟି କୋଟି ଶ୍ରମିକଙ୍କ କାମ ମାଗିବାର ଅଧିକାରକୁ ଛଡେଇ ନେଇଛନ୍ତି । ବର୍ତ୍ତମାନ ଆମେରିକା ସହ କରିବାକୁ ଯାଉଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର କୣଷି ଓ କୣଷକୁ ସମ୍ପୂର୍ଣ୍ଣ ବରବାଦ କରିଦେବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟ ପକ୍ଷରେ ଓଡ଼ିଶାର ବିଜେପି ସରକାର କେନ୍ଦ୍ର ସରକାରଙ୍କ ଆଗରେ ନିଜକୁ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଦେଇଛନ୍ତି । ନିକଟରେ ଓଡିଶାର ଲୋକଙ୍କ ସ୍ଵାର୍ଥ ବିରୁଦ୍ଧରେ ଯାଇ ଖଣି ଓ ଖଣିଜ ଆଇନରେ ସଂଶୋଧନ କରିବା ବେଳେ ଓଡିଶା ସରକାର ଓ ବିଜେପିର ୨୧ ଜଣ ସାଂସଦଙ୍କ ନୀରବ ସମର୍ଥନ ଏହାକୁ ପ୍ରମାଣିତ କରୁଛି ବୋଲି କହିଥିଲେ ।
ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ପ୍ରତାପ ନାୟକ ସଂଗଠନର ସର୍ବଭାରତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ କେନ୍ଦ୍ର କମିଟିର ଚରଫରୁ ଦେଶର କୣଷି ଓ କୣଷକଙ୍କ ସମସ୍ୟାକୁ ନେଇ ଜାରୀ ଡାକରାର ଚିଠାକୁ ଉପସ୍ଥାପିତ କରିଥିଲେ । ଏହା ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ବିଭିନ୍ନ ବ୍ଳକରୁ ଆସିଥିବା ସଂଗଠନର ପ୍ରତିନିଧିମାନେ ନିଜ ନିଜର ମତ ରଖିଥିଲେ । ମଧ୍ୟାନ୍ନ ବିରତି ପରେ ସାଂଗଠନିକ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ଉଭୟ ରିପୋର୍ଟକୁ ସର୍ବସମ୍ମତି କ୍ରମେ ଗୣହୀତ କରାଯାଇଥିଲା ।
ଏହି ଅବସରରେ ଏଆଇକେଏମଏସର ଏକ ତେର ଜଣିଆ କମିଟି ଗଠିତ ହୋଇଥିଲା । ଲଡୁ କିଶୋର ଡାକୁଆ ସଭାପତି, କାଳୀ ଚରଣ ନାୟକ ଉପସଭାପତି, ଇଜକାଲ ଗମାଙ୍ଗ ସମ୍ପାଦକ ଓ ସନ୍ତୋଷ ନାୟକ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଆସନ୍ତା ୧୬ ଓ ୧୭ ଦୁଇ ଦିନ ଧରି ରାୟଗଡା ଜିଲ୍ଲା ଗୁଣପୁର ଠାରେ ଆୟୋଜିତ ହେଉଥିବା ସଂଗଠନର ରାଜ୍ୟ ସମ୍ମିଳନୀ ପାଇଁ ୨୦ ଜଣ ପ୍ରତିନିଧି ମଧ୍ୟ ନିର୍ବାଚିତ ହୋଇଥିଲେ । ସମ୍ମିଳନୀ ସ୍ଥଳକୁ ସଂଗଠନର ପ୍ରୟାତ ନେତା ବାସୁଦେବ ମଳିକଙ୍କ ନାମରେ ନାମିତ କରାଯାଇଥିଲା । ସୁକାନ୍ତ ମଣ୍ଡଳ, ଝିଲିକା ମଣ୍ଡଳ, ବସନ୍ତ ନାୟକ, ଗଣପତି ନାୟକ ପ୍ରମୁଖ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ । ଆଦିବାସୀ ନେତା ଯକ୍ଷ ମଣ୍ଡଳ ଧନ୍ୟବାଦ ଅର୍ପଣ କରିବା ପରେ ସମ୍ମିଳନୀର ସମାପ୍ତି ହୋଇଥିଲା ।