“କ୍ୟାଚ ଦି ରେନ୍” କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ।

ଯାଜପୁର,ତା ୨୭/୦୧(ପିପିଟି); ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ନେହେରୁ ଯୁବ କେନ୍ଦ୍ର, ଯାଜପୁରଙ୍କ ତ୍ୱାବଧାନରେ “କ୍ୟାଚ ଦି ରେନ୍” କାର୍ଯ୍ୟକ୍ରମ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଉନ୍ମୋଚନ କରାଯାଇଚ୍ଥି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, କିପରି ବର୍ଷା ଜଳକୁ ସଂଗ୍ରହ କରାଯାଇ ବ୍ୟବହାର ଉପଯୋଗୀ କରାଯିବ ଓ ଲୋକ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚି ପରିବ ସେଥିପ୍ରତି ଧ୍ୟାନ ଦେବାକୁ ନେହେରୁ ଯୁବ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଅନୁରୋଧ କରିଥିଲେ । ନେହେରୁ ଯୁବ କେନ୍ଦ୍ର, ଯାଜପୁର ଶାଖାର ଜିଲ୍ଲା ଯୁବ ଅଧିକାରୀ ବାସୁଦେବ ଦାସଙ୍କ ସୂଚନା ଅନୁସାରେ ଜିଲ୍ଲା ବାସୀଙ୍କ ନିକଟରେ ସଚେତନତା ର୍ବାା ପହାଇବା ପାଇଁ ୧୦ ଗୋଟି ବ୍ଲକରେ ୧୦ ଟି ଶାଖା କରାଯାଇଚ୍ଥି । ଉକ୍ତ ଶାଖାରେ କିଚ୍ଥି କର୍ମକର୍ତ୍ତା ଅଚ୍ଥନ୍ତି, ଯେଉଁମାନେ ପ୍ରତିଟି ଘରେ, ଗାଁ ରେ ଓ ପଞ୍ଚାୟତରେ ଲୋକ ମାନଙ୍କୁ ସଚେତନ କରାଇବେ । ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ନିକଟରୁ ୪୪ ହଜାର ଟଙ୍କା ଆର୍ଥିକ ଅନୁଦାନ ହସ୍ତଗତ ହୋଇଅଚ୍ଥି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ଓ ନେହେରୁ ଯୁବ କେନ୍ଦ୍ର, ଯାଜପୁରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment