କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ ପାଳିତ ।

ଭଞ୍ଜନଗର,୧୬/୦୩(ପିପିଟି):ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ କ୍ଷେତ୍ରମଣି ପଣ୍ଡାଙ୍କ ନାମରେ ନାମିତ ଭଞ୍ଜନଗର ବ୍ଲକ ତୁଳସି ପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠ ରେ ଆନନ୍ଦ ଉଲ୍ଲାସର ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଭଞ୍ଜ ଗବେଷକ, ଅବସର ପ୍ରାପ୍ତ ଅଧକ୍ଷ ଡକ୍ଟର କମ୍ଵୁପାଣି ସାମନ୍ତ , ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଏ. ସୂର୍ଯ୍ୟ ନାରାୟଣ ପାତ୍ର, ଅରୁଣ କୁମାର ବ୍ରହ୍ମା,ସି ଆର୍ ସି ସି ସନ୍ତୋଷ କୁମାର ସାହୁ, ଅଶ୍ଵିନୀ କୁମାର ମଲ୍ଲିକ, ଅବସର ପ୍ରାପ୍ତ ଯନ୍ତ୍ରୀ ସୁବ୍ରମଣ୍ୟ ଭୂୟାଁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମମତା ପରିଡ଼ା ଯୋଗ ଦେଇଥିଲେ। ଶ୍ରୀ ସାମନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେବାସହ ଭଞ୍ଜ ସାହିତ୍ୟ ଏବଂ କାବ୍ୟ କବିତାର ଅନେକ ଦୃଷ୍ଟାନ୍ତ ଦେଇଥିଲେ। ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ବୈଜ୍ଞାନିକ ମାନଙ୍କ ବିଭିନ୍ନ ଆବିଷ୍କାର ତଥା ଜୀଵନୀ ଉପସ୍ଥାପନ କରି ଶିକ୍ଷା ଏବଂ ଶୃଙ୍ଖଳା ପ୍ରତି ଆକୃଷ୍ଟ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଅତିଥି ମାନଙ୍କ ବକ୍ତବ୍ୟରେ ଶିକ୍ଷା, ଶିକ୍ଷାନୁଷ୍ଠାନ, ଛାତ୍ର ଛାତ୍ରୀ ମାନଙ୍କ ବିକାଶ ପାଇଁ ଥିଲା ତଥ୍ୟପୂର୍ଣ୍ଣ ମନ୍ତବ୍ୟ । ଏଥିସହ ପିତାମାତାଙ୍କ ପ୍ରଯତ୍ନ ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ପ୍ରିୟଙ୍କା ପ୍ରଧାନ ବିଦ୍ୟାଳୟ ଏବଂ ଏହାର ପରିବେଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ତେଜସ୍ମିତା ଶତପଥୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର କୁନି କୁନି କଳାକାରଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ଏବଂ ନାଟକ ପରିବେଷଣ କରାଯାଇଥିଲା।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment