ବାଲିଆପାଳ,୦୬/୧୨: ବାଲିଆପାଳ ବ୍ଳକ ଶ୍ରୀରାମପୁର ପଞ୍ଚାୟତ ଖପରାପଦା ସ୍ଥିତ କ୍ଷୀରୋଦା ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଶିଶୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ସଭାପତି ତଥା ପ୍ରାକ୍ତନ ସେନା ଅଧିକାରୀ ମାନସ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ପରିଚାଳନା କମିଟିର କୋଷାଧ୍ୟକ୍ଷ ବଂଶୀଧର ସାହୁ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଜାମଶୂଳୀସ୍ଥିତ ଏଲ୍ .ଏନ୍ .କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଜୟ କୁମାର ଦେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ । ଉତ୍ସବରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁମା ଅଞ୍ଜନା ମିଶ୍ର ପ୍ରାରମ୍ଭିକ ଅଭିଭାଷଣ,ମଞ୍ଚ ଆହ୍ବାନ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଗୁରୁଜୀ ଜଳଧର ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନ ଉତ୍ସବରେ ଶିଶୁ ବିଦ୍ୟାମନ୍ଦିର ର କୁନି କୁନି ପୁଅ ଝିଅମାନେ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ପ୍ରଥମ ଦିବସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ଉଚ୍ଚଡିଆଁ,ଲମ୍ବଡିଆଁ,୧୦୦ମି. ଦୌଡ, ୫୦ମି. ଦୌଡ,ମ୍ୟୁଜିକ୍ ଚେୟାର ପ୍ରଭୁତି ଖେଳ ଅନୁଷ୍ଠିତ ହୋଇଥିଲା । ବାର୍ଷିକ କ୍ରୀଡା ଉତ୍ସବ ପରିଚାଳନାରେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ନିର୍ମଳ କୁମାର ଧଳ,ରାଜେଶ କୁମାର ଦେ, ସୁକାନ୍ତ ପ୍ରଧାନ ,ଗୁରୁମା କୃଷ୍ଣା ସୁର ,ଝୁନା ରାଣୀ ଦାସ,ଚିନ୍ମୟୀ କର ,ବିଦ୍ୟୁତ ପ୍ରଭା ଦେ,ବିଷ୍ଣୁପ୍ରିୟା କୁହ୍ଲାରୀ,ଅନ୍ନପୂର୍ଣ୍ଣା ବିଶ୍ବାଳ, ସ୍ନେହଲତା ଦେ ପ୍ରମୁଖ ସହଯୋଗ କରିଥିଲେ ।