କ୍ଷତ ଏକ ଭଲ ପାଇବାର (କବି କେଶବ ଚନ୍ଦ୍ର ନାୟକ)


ତୁମେ ଯେତେ ଲୁଚିଲେ ଲୁଚ
ମୁଁ ଖୋଜୁଥିବି ନିରନ୍ତରେ….
ଦିନରେ ତୁମେ ଲୁଚି ପଡ
ପାହାଡ ଉହାଡରେ
ରାତିର ଅନ୍ଧାରରେ…!!
ତୁମେ ମୋ ଆଖିରୁ ଦୂରେଇଯାଇ ପାର
କିନ୍ତୁ ମୋ ହୃଦୟରୁ
ମନରୁ ନୁହଁ…..?
ତୁମକୁ କଏଦୀ କରିଛି ମୋ ଆତ୍ମାରେ
ଚିର ଦିନ
ଭଲ ପାଇଛି ବୋଲି ତୁମକୁ
ରାତିରେ ଅନୁଭବେ
ଜହ୍ନର ମୁହଁ ଦେଖି
ଭିଜେ ସେଇ ଜ୍ଯୋତ୍ସ୍ନାରେ ସାରା ରାତି
ମୁଁ ଅନୁଭବେ ସକାଳର
ସଜ ଫୁଟା ଫୁଲର ହସରେ
ମୁଁ ଅନୁଭବେ କୁଳୁ କୁଳୁ
ଝରଣାର ଗୁଞ୍ଜରଣରେ
ତୁମ ଗୀତି ସୁର……!!
ତୁମେ କେମିତି ବୁଝିବ ଯେ
ପ୍ରତୀକ୍ଷାରେ କେତେ ବୁକୁ ଫଟା ଯନ୍ତ୍ରଣା ଅଛି…..
ବିରହରେ କେତେ ଭାଙ୍ଗି ପଡେ
ଧୈର୍ଯ୍ଯ ନଈ ବନ୍ଧ…..
ତୁମେ ଜାଣିନ ଯେ
କେବେ କେବେ ନିଆଁ ଲାଗିଯାଏ
ଗୋଲାପ ବଣରେ
କେବେ କେବେ ଆଖିର ଲୁହ ସବୁ
ଝରଣା ପାଲଟି ଯାଏ ତୁମ
ପ୍ରେମ ପ୍ରତାରଣାରେ…..!!
ମୁଁ ଆଜି ପ୍ରେମର କ୍ଷତମାନଙ୍କୁ
ସାଇତି ସାଇତି
ମରଣ ଶଯ୍ଯାରେ ଶଯ୍ଯାସାୟୀ
ତୁମେ ଦେଖ ଥରେ
କେମିତି ମୁଁ ପ୍ରତୀକ୍ଷା କରିଛି
ଥୁଣ୍ଟା ବୃକ୍ଷରେ ବସନ୍ତ ଆସି
କଅଁଳେଇ ଦେବ ବୋଲି
ମମତାର କୋମଳ ପଲ୍ଲବ
ଆଉ ଆକାଶର ସବୁ ତାରା ଫୁଲ…!!
(ସଭାପତି ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)

Comments (0)
Add Comment