କ୍ଷତ୍ରିୟଵରପୁର ଡିଗ୍ରୀ ମହାବିଦ୍ୟାଳୟ ଶ୍ରେଣୀ ଗୃହ ଉଦ୍‌ଘାଟନ ଉତ୍ସବ ।

ବେଲଗୁଣ୍ଠା,ତା-୦୯/୧୦(ପିପିଟି); ଵେଲଗୁଣ୍ଟା ପଞ୍ଚାୟତ ସମିତି ଅନ୍ତର୍ଗତ କ୍ଷେତ୍ରୟଵରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଦୁଇଗୋଟି ଅତିରିକ୍ତ ଶ୍ରେଣୀ ଗୃହକୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ତଥା ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ମହାବିଦ୍ୟାଳୟର ସବୁଜ ବନାନୀ ପାଇଁ ବିଧାୟକ ବୃକ୍ଷ ରୋପଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଵେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି କୁଞ୍ଜବିହାରୀ ନାୟକ,କ୍ଷେତ୍ରୟଵରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର କୁମାର ଗୈାଡ, ଜିଲ୍ଲା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ, ସମିତି ସଭ୍ୟ।ଙ୍କ ପ୍ରତିନିଧି ରଙ୍କନିଧି ପରିଛା, ସମାଜସେବୀ ରାମେଶ୍ବର ପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ରାଥମଚନ୍ଦ୍ର ମହାନ୍ତି ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଗିରିଧାର ନାୟକ ମହାବିଦ୍ୟାଳୟର ସମସ୍ୟା ବିଷୟ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଙ୍ଗୀତ ଏବଂ ଉଦଯାପନ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ଶିବରାମ ଚୌଧୁରୀ ।)

Comments (0)
Add Comment