କ୍ଷତ୍ରିୟବରପୁର କଲେଜରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ।

ବେଲଗୁଣ୍ଠା,୨୯/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ କ୍ରସ ତରଫରୁ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ରକ୍ଷକ କାର୍ଯ୍ୟକ୍ରମର ସୂଚନା ଦେଇ ଏହାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ପ୍ରାଧ୍ୟାପକ ବିବେକାନନ୍ଦ କର ଏହାର ଉପକାରିତା ସମ୍ପର୍କରେ କହିଥିଲେ ।ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ବିଜୟ ଲକ୍ଷ୍ମୀ ପାଢୀ, ସ୍ୱରୂପା ରାଣୀ ବିଶ୍ୱାଳ, ଦିପୁ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment