କ୍ଲଷ୍ଟର ସ୍ତରୀୟ ସୁଭଦ୍ରା ପଥପ୍ରାନ୍ତ ସଭା ।

ପୋଲସରା ,୦୬/୦୩(ପିପିଟି) : ପୋଲସରା ବ୍ଲକ ନିମିନା ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା କଲ୍ୟାଣ ମଣ୍ଡପରେ ଗୁରୁବାର କ୍ଲଷ୍ଟର ସ୍ତରୀୟ ସୁଭଦ୍ରା ପଥପ୍ରାନ୍ତ ସଭା ମହିଳା ଓ ଶିଶୁଵିକାଶ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସୁଭଦ୍ରା ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁଵିକାଶ ଅଧିକାରିଣୀ ତିଳୋତ୍ତମା ରାଉତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟସରକାରଙ୍କ ସୁଭଦ୍ରା ଯୋଜନା ଉପରର ଆଲୋକପାତ କରି ତାହାରି ଉଦେଶ୍ୟ ଉପରେ ମହିଳାମାନଙ୍କୁ କହିଥିଲେ । ମହିଳାମାନେ ସୁଭଦ୍ରା ଟଙ୍କାକୁ ବିନିଯୋଗ କରି ସ୍ୱାବଲମ୍ବୀ ହୋଇ ନିଜେ ତଥା ପରିବାର ରେ ଉର୍ନ୍ନତି କରିବେ ସେନେଇ ମଧ୍ୟ କହିଥିଲେ। ଘରେ ଘରେ ମହିଳାମାନେ ଦୀପ ଲଗାଇବା ପାଇଁ କୁହାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁଵିକାଶ ବିଭାଗ ର ଅଂଚଳପରିଦର୍ଶିକା ସବିତା ଶବର, ଜି ଆର ଏସ ସୁଲତା ଅଙ୍ଗନବାଡି କର୍ମୀସସ୍ମିତା ପଟ୍ଟନାୟକ, ସୁରଭିକୁସୁମ ପଟ୍ଟନାୟକ,ସୁଜ୍ଞାନୀ ସାହୁ, ମମତା ସାହୁ, ସୁମିତ୍ରା ପ୍ରଧାନ ,ଏମ ଵି କେ ଲିଲି ପ୍ରଧାନ ସମେତ ସିଆରପି, ସୁଭଦ୍ରା ହିତାଧିକାରୀ ସମୂହ ଉପସ୍ଥିତ ଥିଲେ। ଠିକ ସେହିପରି ବନ୍ଥପଲି ଓ ଚିରିକିପଡା ଶାସନରେ କ୍ଲଷ୍ଟର ସ୍ତରୀୟ ସୁଭଦ୍ରା ସଚେତନତା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment